ଅପରାଧଦୁର୍ଘଟଣାଦେଶଦେଶ ବିଦେଶ

ବାର ଭିତରେ ଆଖିବୁଜା ଗୁଳି ଚାଳନା,୧୪ ମୃତ, ୩ ଗୁରୁତର

ବାର ଭିତରେ ଆଖିବୁଜା ଗୁଳି ଚାଳନା । ଆଜି ୧୨.୩୦ ରେ ସାଉଥ ଆଫ୍ରିକା ସୋବେଟେ ସିଟିର ଜୋହନସବର୍ଗ ନିକଟରେ ଥିବା ଏକ ବାରରେ କେହିଜଣେ ଆଖିବୁଜା ଗୁଳି ଚାଳନା କରିଛି । ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏନେଇ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ସୂଚନା ଦେଇଛି ।

ସୂଚନା  ଅନୁଯାୟୀ, ସାଉଥ ଆଫ୍ରିକା ସୋବେଟେ ସିଟିର ସ୍ୱେଟା ଟାଉନସିପ ନିକଟରେ ଥିବା ବାରରେ ଲୋକମାନେ ଖାଉଥିବା ସମୟରେ କିଛି ଲୋକ ଏକ ମିନିବସରେ ଆସି ଆଖିବୁଜା ଗୁଳିଚାଳନା କରିଥିଲେ  । ଫଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଏବେ ପୋଲିସ ସମସ୍ତ ଆହତ ମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇବାସହ ମୃତ ଲୋକଙ୍କର ପରିଚୟ ଜାଣିବା ପାଇଁ ପୋଲିସ ଚେଷ୍ଟା କରୁଛି । ଏଥିସହିତ ଘଟଣା ବାବଦରେ ଯାଂଚ ମଧ୍ୟ ଆରମ୍ଭ ହୋଇଛି ।

Show More

Related Articles

Back to top button