ଦେଶମନୋରଞ୍ଜନସ୍ୱତନ୍ତ୍ର

ହଟଷ୍ଟାରର ଘୋଷଣା, ମହାଭାରତ ଉପରେ ହେବ ଓ୍ବେବ ସିରିଜ

 ସରିଲା ହିନ୍ଦୁ ଧର୍ମର ମହାକାବ୍ୟ ମହାଭାରତ ଉପରେ ଓ୍ବେବ ସିରିଜ ଏବଂ ଫିଲ୍ମ ନିର୍ମାଣ । ଏନେଇ ଡିଜ୍ନି ପ୍ଲସ ହଟଷ୍ଟାରର ଘୋଷଣା କରିଥିବାେଳେ ମହାଭାରତ ଉପରେ ଏକ ଧମାକାଦାର ଓ୍ବେବସିରିଜ ନିର୍ମାଣ କରିବାକୁ ଯାଉଛି  ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରୋଜେକ୍ଟକୁ ନିର୍ମାଣ କରିଛନ୍ତି ‘ଉଡ଼ତା ପଞ୍ଜାବ’ ଏବଂ ‘ଗଜନୀ’ ଭଳି ବ୍ଲକ ବଷ୍ଟର ଫିଲ୍ମ ଦେଇଥିବା ବଲିଉଡ଼ର ନିର୍ମାତା ମଧୁ ମଣ୍ଟେନା । ନିକଟରେ ଆୟୋଜିତ ହୋଇଥିବା ଡି୨୩ଏକ୍ସପୋ ଇଭେଣ୍ଟରେ ଡିଜ୍ନୀ ପ୍ଲସ ହଟଷ୍ଟାର ମହାଭାରତ ସିରିଜର ଘୋଷଣା କରିଛି ।ଏହାସହ ଏହି ସିରିଜର ପୋଷ୍ଟର ବି ଜାରି କରାଯାଇଛି । ଏହି ଫଟୋ ଆସିବା ମାତ୍ରକେ ଦର୍ଶକମାନେ ଉତ୍ସାହିତ ହୋଇପଡ଼ିଥିବା ନଜର ଆସୁଛନ୍ତି ।

ପାଖାପାଖି ୨ହଜାର ବର୍ଷ ପୂର୍ବ ନିଆଯାଇଥିବା ଏହି ମହାକାବ୍ୟର କାହାଣୀ ଆଜି ବି ଲୋକଙ୍କ ହୃଦୟରେ ଜୀବିତ ରହିଛି ବୋଲି ଡିଜ୍ନି ପ୍ଲସ ହଟଷ୍ଟାରର କଣ୍ଟେଣ୍ଟ ହେଡ ଗୌରବ ବାନାର୍ଜୀ ଗଣମାଧ୍ୟମକୁ କହିଥିବା ଘଟଣା ସାମ୍ନାକୁ ଆସିଛି ।

Show More

Related Articles

Back to top button