Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର

ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବାରୁ କେଉଁଠି ଘରର କାନ୍ଥ ଭାଙ୍ଗି ଯାଇଛି ତ କେଉଁଠି ଘର ଉପରେ ଗଛ ପଡ଼ିଯାଇଛି। ସେହିଭଳି କେଉଁଠି ବର୍ଷା ଯୋଗୁଁ ନଈ ବଢ଼ି ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗଜପତି ଜିଲ୍ଲାରେ ଦୁଇ ଦିନ ହେଲା ଲଗାଣ ବର୍ଷା ହେଉଥିବା ବେଳେ ଭିନ୍ନ ଭିନ୍ନ ଗାଁରେ ୫ଟି ଘର ଭାଙ୍ଗି ଯାଇଛି। ଗୁମ୍ମା ବ୍ଲକର କୁଜାସିଂ ପଞ୍ଚାୟତର ଏହି ସବୁ ଗାଁ ଗୁଡ଼ିକ ରହିଛି। ଅଢ଼େଇ ଗାଁର ସୁକି କାର୍ଜୀ, ଜଗନ୍ନାଥପୁର ଗାଁର ଡମୁଣି କୁମ୍ଭ, ଗିରା ନୂଆସାହିର ସାନିଆ ଗମାଙ୍ଗ, କୁଣ୍ଡେଇସିଂ ଗାଁର ସଉରା ମାଲା ଏବଂ ଲାକିଆ ଶବରଙ୍କ ଘର ଭାଙ୍ଗି ଯାଇଛି। ସେମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଆଶ୍ରୟ ନେଇଛନ୍ତି। ସେହିପରି ଜିଲ୍ଲାର ନୂଆଗଡ଼ ଅଞ୍ଚଳରେ ଲଗାଣ ବର୍ଷାରେ ସମ୍ବଲପୁର ପଞ୍ଚାୟତ ଗୁରୁଡ଼ା ଗାଁ ନିକଟରେ ଥିବା ନଈ ବଢ଼ି ଆସିଯାଇଥିବା ଯୋଗୁଁ ଗୁରୁଡ଼ା ଓ ଗୋଠା ସମେତ ୧୦ ଖଣ୍ଡ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି। । ଆର.ଉଦୟଗିରି ବ୍ଲକ ଛେଳିଗଡ଼ ଗାଁରେ ପାହାଡ଼ରୁ ପାଣି ଆସି ଗାଁର ସୀମା ସାହୁଙ୍କ ଘର ଭିତରେ ପଶି ଯାଇଛି। ଅଡ଼ବା ଥାନା ଆଲିଗଣ୍ଡା ନିକଟରେ ଗଛ ପଡ଼ି ଯିବାରୁ ଅଡ଼ବା ଠାରୁ ବ୍ରାହ୍ମଣୀଗାଁରେ ଯାତାୟତ କରିବାରେ ବାଧାପ୍ରାପ୍ତ ହୋଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟି ରାସ୍ତା ସଫା କରିଛନ୍ତି। ଲଘୁଚାପ ଜନିତ ବର୍ଷାରେ କେନ୍ଦୁଝର ବାଂଶପାଳ ବ୍ଲକ ଡଙ୍ଗାପାଣି ଗାଁରେ ଗତକାଲି ସନ୍ଧ୍ୟାରେ ଏକ ବିରାଟ ଆମ୍ବ ଗଛ ଉପୁଡ଼ି ଏକ ଘର ଉପରେ ପଡ଼ିଯାଇଥିଲା। ଫଳରେ ଜଣେ ମହିଳା ଓ ତାଙ୍କର ୫ ବର୍ଷର ପୁଅ ଆହତ ହୋଇଛନ୍ତି। ତାଙ୍କର ଆଉ ଦୁଇ ସନ୍ତାନ ମଧ୍ୟ ଏହି ସମୟରେ ଘରେ ଥିଲେ। ତେବେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଆହତ ମା’ପୁଅଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 

Show More

Related Articles

Back to top button