ସ୍ୱାସ୍ଥ୍ୟ

ଦେଶୀ ଘିଅ ଘରେ ବ୍ୟବହାର କରୁଛନ୍ତି କି?

ଶୁଦ୍ଧତା ଜାଣିବା ପାଇଁ ଏହି ୪ଟି ଘରୋଇ ଉପାୟ ଅବଲମ୍ବନ କରନ୍ତୁ

ଦେଶୀ ଘିଅର ରଙ୍ଗ ଲହୁଣୀ ଭଳି ଦେଖାଯାଇଥାଏ l ଲହୁଣୀରୁ ପ୍ରସ୍ତୁତ ହେଉଥିବା ଏହି ଘିଅର ଗୋଟିଏ ଅଲଗା ସୁଗନ୍ଧ ରହିଛି l ଭାରତୀୟ ବ୍ୟଞ୍ଜନରେ ଘିଅର ବ୍ୟବହାର ପ୍ରାୟ ସବୁବେଳେ କରାଯାଇଥାଏ l ମହିଳା ମାନେ ଘରେ ମଧ୍ୟ ସର ରଖି ଘିଅ ପ୍ରସ୍ତୁତ କରନ୍ତି ଓ ବେଳେବେଳେ ବଜାରରୁ ଘିଅ କିଣି ବ୍ୟବହାର କରନ୍ତି l କିନ୍ତୁ ଆଜିକାଲି ବଜାରରେ ମିଳୁଥିବା ଘିଅ ଏବଂ ଅନ୍ୟାନ ଜିନିଷ ଅଶୁଦ୍ଧ ରହୁଛି l ଏଥିରେ ବିଭିନ୍ନ ପ୍ରକାରର ଜିନିଷ ମିଶା ଯାଉଛି l ଏହି ମିଶ୍ରିତ ଖାଦ୍ୟ ପଦାର୍ଥକୁ ଖାଇବା ଦ୍ୱାରା ଆମେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛୁ l ଆଜି ଆସନ୍ତୁ ଜାଣିବା ଘିଅର ଶୁଦ୍ଧତାକୁ କିପରି ପରଖିବା l

* ବଜାରରେ ମିଳୁଥିବା ଘିଅରେ ଶୁଦ୍ଧତା ପରଖିବା ପାଇଁ ଚାରି ରୁ ପାଞ୍ଚ ବୁନ୍ଦା ଆୟୋଡିନ ମିଶାନ୍ତୁ l ଯଦି ଘିଅର ରଙ୍ଗ ନୀଳ ହୋଇଯାଅ ତେବେ ଜାଣିବେ ଯେ ଘିଅରେ କିଛି ମିଶା ଯାଇଛି l ନୀଳ ଘିଅର ଅର୍ଥ ହେଲା ସେହିଭଳି ଘିଅରେ ଆଳୁ ମିଶା ଯାଇଥାଏ l

* ଘିଅ ମିଶ୍ରିତ କି ନୁହେଁ ଜାଣିବା ପାଇଁ ଗୋଟିଏ ପାତ୍ରରେ ଏକ ଚାମଚ ଘିଅ ପକାନ୍ତୁ ,ସେଥିରେ ଗୋଟିଏ ଚୁଟକୀ ଲୁଣ ଓ ଅଳ୍ପ କିଛି ହାଇଡ୍ରୋକ୍ଲୋରାଇଡ ଏସିଡ ପକାଇ ମିଶାନ୍ତୁ l ଯଦି ଏହା ମିଶ୍ରିତ ଘିଅ ହୋଇଥିବା ତେବେ ଘିଅର ରଙ୍ଗ ବଦଳି ଲାଲ ହୋଇଯିବ l

* ଘିଅର ଶୁଦ୍ଧତା ପରଖିବା ପାଇଁ ସବୁଠୁ ସହଜ ଉପାୟ ହେଲା ଅଳ୍ପ ଟିକିଏ ଘିଅ ନେଇ ଦୁଇ ହାତର ପାପୁଲିରେ ରଖି ଘସନ୍ତୁ ଓ ସୁଙ୍ଗନ୍ତୁ l ଯଦି ଏହି ବାସ୍ନା ସେହିଭଳି ଭାବରେ ଘିଅର ସୁଗନ୍ଧ ଦେଇ ଚାଲିଲା ତେବେ ତାହା ଶୁଦ୍ଧ ଘିଅ ଅଟେ ,ଯଦି ସେହି ଘିଅରେ ସୁଗନ୍ଧ ଦୀର୍ଘ ସମୟ ନରହିଲା ତେବେ ତାହା ଅଶୁଦ୍ଧ ଘିଅ ଅଟେ l

* ଏହା ବ୍ୟତୀତ ଆପଣ ଯଦି ଘିଅର ଶୁଦ୍ଧତା ପରଖିବାକୁ ଚାହୁଁଛନ୍ତି ତେବେ ଗୋଟିଏ ଚାମଚ ରେ ଘିଅ ନିୟନ୍ତୁ ଏବଂ ଏଥିରେ ପାଞ୍ଚ ମି.ଲି ହାଇଡ୍ରୋ କ୍ଳରିକ ଏସିଡ ପକାନ୍ତୁ l ଦେଖିବେ ଧୀରେ ଧୀରେ ଘିଅର ରଙ୍ଗ ଢ଼ାଳରୁ ଲାଲରେ ପରିଣତ ହେଉଛି l ଜାଣିବେ ଯେ ଏଥିରେ ଡ଼ାଈ ମିଶାଯାଇଛି l

Show More

Related Articles

Back to top button