ଜୀବନଚର୍ଯ୍ୟାଦେଶ ବିଦେଶ

ନିଜର ଏହି ୩ଟି ଗୁଣ ପରିତ୍ୟାଗ କରନ୍ତୁ, ହୋଇପାରନ୍ତି ଧନଵାନ

ଗୀତାରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଆଚରଣକୁ ନେଇ ମନୁଷ୍ୟକୁ ସର୍ବଦା ଗମ୍ଭୀର ଓ ସତର୍କ ରହିବା ଉଚିତ l ଯେଉଁ ବ୍ୟକ୍ତି ଆଚରଣକୁ ନେଇ ସତର୍କ ହୋଇ ନଥାଏ ତାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ l ତେଣୁ ଭଗବାନ କୃଷ୍ଣ ଗୀତାରେ କହିଛନ୍ତି “ମହାନ ବ୍ୟକ୍ତିର ଆଚରଣକୁ ଅନୁସରଣ ଅନ୍ୟ ଲୋକମାନେ କରି ଥାନ୍ତି

ସେଥିପାଇଁ ଅନ୍ୟମାନଙ୍କ ସହିତ କରୁଥିବା ଆଚରଣକୁ ନେଇ ସଜାଗ ରହିବ ଆବଶ୍ୟକ ଓ ସମସ୍ତଙ୍କର ସମ୍ମାନ କରିବବ ଆବଶ୍ୟକ l ଯେଉଁ ବ୍ୟବହାର ଆପଣ ଅନ୍ୟ ଠାରୁ ଆଶା କରୁଛନ୍ତି ସେହି ଭଳି ବ୍ୟବହାର ଅନ୍ୟକୁ ଦେଖାଇବା ଉଚିତ l ”

ସେଥିପାଇଁ ଆମ ଭିତରୁ କିଛିଟା ଖରାପ ଗୁଣକୁ ଦୂରେଇବାକୁ ପଡିବ l ଚାଣକ୍ୟଙ୍କ ବାଣୀ ଅନୁସାରେ ବ୍ୟକ୍ତି କେବେବି ନିଜର ପଦ ଠାରୁ ଶ୍ରେଷ୍ଠ ହୋଇ ନଥାଏ ,ସେ ନିଜର ଆଚରଣକୁ ନେଇ ଶ୍ରେଷ୍ଠ ହୋଇଥାଏ l ସେଥିପାଇଁ ବ୍ୟକ୍ତିକୁ ସର୍ବଦା ଖରାପ ଅଭ୍ୟାସ ଠାରୁ ଦୁରେଇ ରହିବ ଆବଶ୍ୟକ l କାରଣ ଖରାପ ଅଭ୍ୟାସ ବ୍ୟକ୍ତିକୁ ନାଶ କରିଥାଏ l

କେଉଁ ତିନୋଟି ଗୁଣକୁ ନିଜ ଭିତରୁ ଦୁରେଇ ରଖିବା ଉଚିତ ଆସନ୍ତୁ ସେ ବିଷୟରେ ଜାଣିବା –

ନିନ୍ଦା ଠାରୁ ଦୁରେଇ ରୁହନ୍ତୁ -ନିନ୍ଦା ଠାରୁ ସର୍ବଦା ଦୁରେଇ ରହିବା ଆବଶ୍ୟକ l ଯେଉଁ ବ୍ୟକ୍ତି ଅନ୍ୟମାନଙ୍କର ଖରାପ ଆଲୋଚନା କରିଥାଏ ଓ ତାଙ୍କର ଖରାପ ଗୁଣକୁ ବଖାଣି ଥାଏ ସେହି ବ୍ୟକ୍ତି ଦିନେ ସେହିଭଳି ଅଵଗୁଣ ଯୁକ୍ତ ହୋଇଯାଏ l ଆରମ୍ଭରୁତ ଅନ୍ୟ ମାନଙ୍କର ନିନ୍ଦା କରିବାକୁ ଖୁସି ଲାଗିଥାଏ ,କିନ୍ତୁ ଧୀରେ ଧୀରେ ଅଵଗୁଣ ଗୁଡିକ ଆପଣଙ୍କ ଭିତରକୁ ଚାଲି ଆସିଥାଏ l

ଅହଂକାର କରିବା ଉଚିତ ନୁହେଁ -ଅହଂକାର ଠାରୁ ସବୁବେଳେ ଦୁରେଇ ରହିବ ବଶ୍ୟକ l ଅହଂକାର ଦ୍ୱାରା ମଣିଷ ନିଜକୁ ଶ୍ରେଷ୍ଠ ଭାବିବାର ଭୁଲ କରିଥାଏ ଓ ଦିନେ ସେହି ଅହଂକାର ତାର ପତନର କାରଣ ହୋଇଥାଏ l ରାମାୟଣ କଥା ଅନୁସାରେ ରାବଣର ଚରିତ୍ର ଏହାର ମୁଖ୍ୟ ଉଦାହରଣ ଅଟେ l ଯଦି ସଫଳ ହେବାକୁ ଚାହୁଁଛନ୍ତି ତେବେ ସର୍ବ ପ୍ରଥମେ ନିଜ ଭିତରୁ ଅହଂକାର ତ୍ୟାଗ କରନ୍ତୁ ,ଯେତେବେଳ ପର୍ଯ୍ୟନ୍ତ ଆପଣଙ୍କ ଭିତରେ ଅହଂକାର ରହିବ ସେତେବେଳ ପର୍ଯ୍ୟନ୍ତ ଆପଣ ଉନ୍ନତି କରି ପାରିବେ ନାହିଁ l

ଲୋଭକୁ ପାଖକୁ ଆସିବାକୁ ଦିଅନ୍ତୁ ନାହିଁ -ଲୋଭ ମଣିଷର ଶତ୍ରୁ ଅଟେ ଓ ସମସ୍ତ ପ୍ରକାରର ଭୁଲ କର୍ମର କାରଣ ଅଟେ l ସେଥିପାଇଁ ଲୋଭଠାରୁ ଦୁରେଇ ରହିବା ଆବଶ୍ୟକ l ଲୋଭି ବ୍ୟକ୍ତି କାଦେବୀ ସନ୍ତୁଷ୍ଟ ରୁହେ ନାହିଁ ଏବଂ ଲୋଭ କାରଣରୁ ସବୁବେଳେ ତା ମନ ଅସ୍ଥିର ରହିଥାଏ l ଯଦି ଆପଣ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ନିଜ ଭିତରୁ ଲୋଭ ପରିତ୍ୟାଗ କରନ୍ତୁ l

Show More

Related Articles

Back to top button