ଜୀବନଚର୍ଯ୍ୟାଦେଶ ବିଦେଶ

ବୁଧବାରଦିନ ପ୍ରଭୁ ଗଣେଶଙ୍କର ଏହି ୧୨ଟି ନାମ ଜପ କରନ୍ତୁ

ସବୁ ସଙ୍କଟ ଦୂର ହେବ

ହିନ୍ଦୁଧର୍ମ ଅନୁସାରେ ଭଗବାନ ଗଣେଶଙ୍କୁ ବିଘ୍ନ ବିନାଶକ କୁହାଯାଏ l ଯେ କୌଣସି ପୂଜା ଏବଂ ଶୁଭ କାର୍ଯ୍ୟ ପୂର୍ବରୁ ସର୍ବପ୍ରଥମେ ଗଣେଶଙ୍କର ଆରାଧନା କରାଯାଏ ,କାରଣ ବିନା କୌଣସି ବିଘ୍ନରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେବ l ଗଣେଶ ସଂହିତା ଅନୁସାରେ ମଙ୍ଗଳ ମୂର୍ତି ଶ୍ରୀ ଗଣେଶ ସବୁ ଭଗବାନଙ୍କ ଠାରୁ ବୁଦ୍ଧିମାନ ଓ ଵିଵେକୀ ଅଟନ୍ତି ତେଣୁ ତାଙ୍କୁ ସର୍ବପ୍ରଥମେ ପୂଜା କରାଯାଏ l ତାଙ୍କ ପୂଜା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ l କୁହାଯାଇଛି ଯେ ଗଣେଶଙ୍କର ଧ୍ୟାନ କରିବା ମାତ୍ରେ ଆମ ଜୀବନର ସମସ୍ତ ଦୁଃଖ ଦୁର୍ଦଶା ଦୂର ହୋଇଯିବ lସେଥିପାଇଁ ବିବାହ ବ୍ରତ ଠାରୁ ନେଇ ଗୃହ ପ୍ରବେଶ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଗଣେଶଙ୍କୁ ବନ୍ଦନା କରାଯାଏ l

 

Lord Ganesha

ଗଣେଶଙ୍କର ଯେ କୌଣସି ପୂଜା କରିବା ପୂର୍ବରୁ ତାଙ୍କର ୧୨ ଟି ନାମକୁ ଭକ୍ତ ମାନେ ଧ୍ୟାନର ସହିତ ଜପ କରିବା ଆବଶ୍ୟକ ବୋଲି ନାରଦ ସଂହିତାରେ କୁହାଯାଇଛି l ଏମିତି କରିବା ଦ୍ୱାରା ଗଣେଶ ଅତିଶୀଘ୍ର ତାଙ୍କର ଭକ୍ତ ମାନଙ୍କ ଉପରେ ପ୍ରସନ୍ନ ହୋଇଯାନ୍ତି ଓ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି lଗଣେଶଙ୍କର ୧୨ ଟି ନାମ ହେଲା -ସୁମୁଖ ,ଏକଦନ୍ତ ,କପିଳ ,ଗଜକର୍ଣ୍ଣକ ,ଲମ୍ବୋଦର ,ବିକଟ ,ବିଘ୍ନନାଶ ,ବିନାୟକ ,ଧୁମ୍ରକେତୁ ,ଗଣାଧ୍ୟକ୍ଷ ,ଭାଲଚନ୍ଦ୍ର ଓ ଗଜାନନ ଯଦି କୌଣସି ବ୍ୟକ୍ତି ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ତେବେ ସକାଳୁ ଗାଧୋଇ ସାରି ଘିଅ ସହିତ ଗୁଡ ମିଶାଇ ଗଣେଶଙ୍କ ପାଖରେ ଭୋଗ ଲଗାନ୍ତୁ l ଏପରି କରିବା ଦ୍ୱାରା ସମସ୍ତ କାର୍ଯ୍ୟ ବିନା ବାଧାରେ ସଂପର୍ଣ୍ଣ ହୋଇଥାଏ l

Show More

Related Articles

Back to top button