ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଗବେଷଣାରୁ ତଥ୍ୟ: ରେଡ୍ ୱାଇନ ଓ ପନିର ସ୍ମରଣ ଶକ୍ତି ବଢ଼ାଇଥାଏ

ବୟସ ବଢିବା ସହିତ ମଣିଷର ସ୍ମରଣଶକ୍ତି କମି କମି ଯାଇଥାଏ l ଖାସ କରି ଏହା ମହିଳା ମାନଙ୍କ ପାଖରେ ଅଧିକ ଦେଖିବାକୁ ମିଳିଥାଏ ଯେ ମହିଳା ମାନଙ୍କ ପାଖରେ ଅଲଜଇମର ଓ ସ୍ମରଣଶକ୍ତି କ୍ଷୟ ହେବାର ଆଶଙ୍କା ଅଧିକ ଦେଖାଯାଇଥାଏ l ଦୁର୍ଭାଗ୍ୟ ବଶତଃ ଏହାର ବର୍ତମାନ ସୁଦ୍ଧା କୌଣସି ଚିକିତ୍ସା ବାହାରି ନାହିଁ l ବିଭିନ୍ନ ପ୍ରକାର ଗବେଷଣା ଚାଲିଛି , କିନ୍ତୁ ବର୍ତମାନ ଗୋଟିଏ ତଥ୍ୟ ସାମ୍ନାକୁ ଆସିଛି

ଏହି ଗବେଷଣାରେ ଗୋଟିଏ ଅଦ୍ଭୁତ ତଥ୍ୟ ହସ୍ତଗତ ହୋଇଛି ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ ପନିର ଓ ୱାଇନ ସେବନ କରିବା ଦ୍ୱାରା ଆପଣଙ୍କ ସ୍ମରଣଶକ୍ତି ଉପରେ ସକାରତ୍ମକ ପ୍ରଭାବ ପଡିବ l ଏହାକୁ ଲୋୟା ଟେଷ୍ଟ ବିଶ୍ୱବିଦ୍ୟାଳୟର ଏକ ଅଧୟନରୁ ଜଣା ପଡିଛି l

ଆସନ୍ତୁ ଜାଣିବା କଣ କହୁଛି ଗବେଷଣା-

ପନିର ଓ ୱାଇନ ନିୟମିତ ସେବନ କରିବା ଦ୍ୱାରା ସ୍ମରଣ ଶକ୍ତି ବଢିବା ସହିତ କାର୍ଯ୍ୟ ଦକ୍ଷତା ମଧ୍ୟ ବଢିବ l କିନ୍ତୁ ସେଥିପାଇଁ ରେଡ ୱାଇନ ପିଇବା ଆବଶ୍ୟକ l ଲୁଣ ଅଧିକ ମାତ୍ରାରେ ଖାଇବା ସ୍ୱାସ୍ଥ୍ୟ ପାଇଁ ଠିକ ନୁହେଁ l ଲୁଣ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ l ଗବେଷଣା ଅନୁସାରେ ଖାଦ୍ୟ ଆମର ଶରୀରକୁ ସୁସ୍ଥ ରଖିବା ସହିତ ଆମର ସ୍ମରଣ ଶକ୍ତି ମଧ୍ୟ ବଢ଼ାଇ ଥାଏ l ବ୍ରିଟେନ କିଛି ବୟସ୍କ ଯେପରି ୪୭ ରୁ ନେଇ ୭୭ ବୟସ ବ୍ୟକ୍ତି ମାନଙ୍କ ଉପରେ ଗବେଷଣା କରାଯାଇଥିଲା l ଯେଉଁଥିରେ ଡେ଼ଇଖାଯାଇଥିଲା ଯେ ଏହି ରୋଗ ବଂଶାନୁକ୍ରମିକ ମାତ୍ରା ଖୁବ କମ ଦେଖିବାକୁ ମିଳିଥିଲା l

ସେହି ବ୍ୟକ୍ତି ମାନଙ୍କୁ କେବଳ ପନିର ଯୁକ୍ତ ବିଭିନ୍ନ ଖାଦ୍ୟ ଦିଆଯାଇଥିଲା l ତା ସହିତ ୱାଇନ ମଧ୍ୟ ପିଇବାକୁ ଦିଆଯାଇଥିଲା l ଯେଉଁଥିରେ ଲକ୍ଷ କରାଗଲା ଯେଉଁମାନେ ଏହାକୁ ପୂର୍ବରୁ ପ୍ରତେକଦିନ ନିଜ ଖାଦ୍ୟରେ ଗ୍ରହଣ କରିଛନ୍ତି ସେମାନଙ୍କ ପାଖରେ ସ୍ମରଣ ଶକ୍ତି ଅଧିକ ଦେଖାଯାଇଥିଲା l ତା ସହିତ ପ୍ରୋଟିନ ଯୁକ୍ତ ଖାଦ୍ୟ ଓ ବିଭିନ୍ନ ଫଳମୂଳ ଏବଂ ଆମିଷ ଜିନିଷ ଖାଉଥିବା ବ୍ୟକ୍ତି ମାନଙ୍କର ଅଧିକ ସ୍ମରଣ ଶକ୍ତି ରହିଥିଲା lଏହି ଗବେଷଣାରେ ଗବେଷକ ମାନେ ଦେଖି ଆଶ୍ଚର୍ଯ୍ୟ ହେଲେଯେ ସନ୍ତୁଳିତ ମାତ୍ରାରେ ପନିର ଓ ରେଡି ୱାଇନ ପ୍ରତେକ ଦିନ ଖାବଦ୍ଵାରା ସ୍ମରଣ ଶକ୍ତି ସହିତ ଦୃଷ୍ଟି ଶକ୍ତି ମଧ୍ୟ ବଢିବାର ସମ୍ଭାବନା ରହିଛି l ଯାହା ଶରୀରକୁ ଫୁର୍ତି ରଖିବା ସହିତ ଅଲଯାଇମର ପ୍ରଭାବରୁ ରକ୍ଷା କରିବ l

Show More

Related Articles

Back to top button