ଓଡ଼ିଶା

ହକି ବିଶ୍ଵକପ ପାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ନିମନ୍ତ୍ରଣ

ଭୁବନେଶ୍ଵର, ୨୮/୧୨ : ହକି ବିଶ୍ଵକପ ପାଇଁ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମ୍. କେ ଷ୍ଟାଲିନଙ୍କୁ ନବୀନଙ୍କ ନିମନ୍ତ୍ରଣ। ଏମ୍. କେ ଷ୍ଟାଲିନଙ୍କୁ ଚେନ୍ନାଇ ସ୍ଥିତ ବାସଭବନରେ ଭେଟିଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଏହି ସମୟରେ ଷ୍ଟାଲିନଙ୍କ ପୁଅ ତଥା ତାମିଲନାଡୁର ଯୁବ ବିକାଶ ଓ କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଉପସ୍ଥିତ ତିଲେ।

ସୂଚନାନୁଯାୟୀ, ହକି ବିଶ୍ୱକପରେ ଭାଗ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିମନ୍ତ୍ରଣ ପତ୍ର ନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ତାମିଲନାଡ଼ୁରେ ପହଞ୍ଚିଛନ୍ତି। ଏହି ଅବସରରେ ସେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମ୍. କେ ଷ୍ଟାଲିନଙ୍କୁ ତାଙ୍କ ବାସଭବନରେ ଭେଟି ନିମନ୍ତ୍ରଣ ପତ୍ର ଦେଇଛନ୍ତି। ଆସନ୍ତା ୧୩ ତାରିଖ ଠାରୁ ଭୁବନେଶ୍ଵର ଏବଂ ରାଉରକେଲା ଠାରେ ହକି ବିଶ୍ଵକପ ଆରମ୍ଭ ହେବ। ଦ୍ଵିତୀୟ ଥର ପାଇଁ ଓଡ଼ିଶା ହକି ବିଶ୍ଵକପ୍ ଆୟୋଜନ କରୁଛି।

Show More

Related Articles

Back to top button