Breaking PLUSଦେଶ ବିଦେଶମୁଖ୍ୟ ଖବର

ଚୀନରେ କରୋନା ବିସ୍ଫୋରଣ, ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ମହାମାରୀ

ବେଜିଂ, ୨୮/୧୨ : ଚୀନ୍‌ରେ ଏବେ ନିଆଁ ଭଳି ବ୍ୟାପୁଛି କରୋନା ଭୂତାଣୁ । ପ୍ରତିଦିନ ଏଠାରେ ଲକ୍ଷ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସୁଛି । ମହାମାରୀ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । କିନ୍ତୁ ତଥ୍ୟ ପ୍ରକାଶ କରିବାକୁ ପଛଘୁଞ୍ଚା ଦେଉଛି ଚୀନ୍‌ । ଦୁଇ ସପ୍ତାହ ପୂର୍ବେ ଚୀନ୍‌ ଏହାର ‘ଜିରୋ କୋଭିଡ ନୀତି’କୁ ହଟାଇ ଦେଇଥିଲା । ଏହା ପରଠାରୁ ଦେଶରେ କରୋନାର ମହାବିସ୍ଫୋଟ ହୋଇଛି । ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସୁନାହିଁ । ପ୍ରତିଦିନ ଏଠାରେ ୫,୦୦୦ ଲୋକ ପ୍ରାଣ ହରାଉଛନ୍ତି । ୧୦ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହେଉଛନ୍ତି ।

ପ୍ରଥମ ଲହର ବେଳେ ଚୀନ୍‌ ସଂକ୍ରମଣ ସୂଚନା ବତାଉଥିଲା, କିନ୍ତୁ ଏହାର ସତ୍ୟତା ଉପରେ ସନ୍ଦେହ ଉପୁଜିଥିଲା । ଏବେ ଏହା ରିପୋର୍ଟ ପ୍ରକାଶ କରୁନାହିଁ । କିନ୍ତୁ ସ୍ଥିତି ପୂର୍ବାପେକ୍ଷା ଢେର ଭୟାନକ ପାଲଟିଛି । ୬.୫ କୋଟି ଜନସଂଖ୍ୟା ବିଶିଷ୍ଟ ଚୀନ୍‌ର ଝେଜିଆଙ୍ଗ ପ୍ରଦେଶର ଜଣେ ଅଧିକାରୀଙ୍କ ମୁତାବକ ଦିନକୁ ଏଠାରେ ୧୦ ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । ଦେଶବ୍ୟାପି ସଂକ୍ରମଣ ଯେ କେତେ ହେବ ତାହା ଆକଳନ କରିବା କଷ୍ଟକର । ଗଣମାଧ୍ୟମ ରିପୋର୍ଟ ମୁତାବକ ୧ କୋଟି ଜନସଂଖ୍ୟା ବିଶିଷ୍ଟ ଚୀନ୍‌ର ପୂର୍ବ ସହର କିଙ୍ଗ୍‌ଦାଓରେ ଦିନକୁ ପାଖାପାଖି ୫ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସୁଛି । କେବଳ ହସ୍ପିଟାଲ ନୁହେଁ, ଶ୍ମଶାନରେ ବି ପ୍ରବଳ ଭିଡ଼ ହେଉଛି । ଏକ ଭିଡିଓରୁ ଦେଖିବାକୁ ମିଳିଛି ଯେ ଚଟାଣରେ ଆକ୍ରାନ୍ତ ଲୋକଙ୍କର ଚିକିତ୍ସା ଚାଲୁଥିବା ବେଳେ ଶବ ଗଦା ବଢ଼ିଚାଲିଛି ।

Show More

Related Articles

Back to top button