ଓଡ଼ିଶାଦେଶ ବିଦେଶ

ହିନ୍ଦୁଧାର୍ମିକ ପରମ୍ପରାରେ ତ୍ରିବେଣୀ ଅମାବାସ୍ୟା

ଗଙ୍ଗା, ଯମୁନା, ସରସ୍ୱତୀଙ୍କର ମିଳନ ସ୍ଥଳରେ ମାଧବ ଉପସ୍ଥିତ ଥିବାରୁ ତାକୁ ତ୍ରିବେଣୀ ସଙ୍ଗମ କୁହାଯାଏ । ତାକୁ ସ୍ମରଣ କରିବା ପାଇଁ ଏହି ଅମାବାସ୍ୟାର ନାମ କରଣ କରାଯାଇଅଛି । ସୂର୍ଯ୍ୟମହତି ସ୍ନାନ ଯୋଗ ଯାହା ବୁଝାଏ ସୂର୍ଯ୍ୟ ନାରାୟଣ (ପ୍ରତ୍ୟକ୍ଷ ଦର୍ଶନ ଦେଉଥିବା ଦେବତା)ଙ୍କ ଉଦେ୍ଦଶ୍ୟରେ ସୂର୍ଯେ୍ୟାଦୟ ପୂର୍ବରୁ ଅର୍ଥାତ୍ ୩.୩୦ରୁ ୪ ଟା ମଧ୍ୟରେ ମହୋଦଧିରେ ସ୍ନାନ କିମ୍ବା ନଦୀ ଓ ଝରଣାରେ ସ୍ନାନ କରି ସୂର୍ଯ୍ୟାର୍ଘ୍ୟ ଦେବାର ବିଧି ରହିଛି

ଓଡ଼ିଶାରେ ରହିଥିବା ପ୍ରମୁଖ ଶକ୍ତିପୀଠ ମଧ୍ୟରେ ମା’ ବିରଜାଙ୍କ ଶକ୍ତିପୀଠ ଅନ୍ୟତମ । ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ମା’ବିରଜାଙ୍କ ମନ୍ଦିର, ଖୁବ୍ ପୁରାତନ ଦେବୀ ମନ୍ଦିର ।ଏହି ପବିତ୍ର ତ୍ରିବେଣୀ ଅମାବାସ୍ୟା ମା’ ବିରଜାଙ୍କ ଜନ୍ମଦିନ । ଶାକ୍ତ ଦର୍ଶନର ବିକାଶରେ ବିରଜାଙ୍କୁ ଆଧାର କରି ଭାରତ ବର୍ଷରେ ବିଭିନ୍ନ ସ୍ଥାନରେ ମାତୃକା ପୂଜା ଏକଦା ଶୀର୍ଷ ସ୍ଥାନରେ ପହଞ୍ଚôଥିଲା । ଅନ୍ୟପକ୍ଷରେ ଏହି ଦିନଟି ମୁନି, ଋଷି ମାନଙ୍କର ଜନ୍ମଦିନ ଭାବେ ପାଳିତ ହେଉଥିବାରୁ ଏହି ଅମାବାସ୍ୟାକୁ ମଧ୍ୟ ମୌନ ଅମାବାସ୍ୟା କୁହାଯାଏ । ମକର ରାଶିରେ ସୂର୍ଯ୍ୟ ଓ ଚନ୍ଦ୍ର ଏହି ଦିନରେ ମିଳିତ ହୁଅନ୍ତି । ତେଣୁ ଏହି ଅମାବାସ୍ୟାର ମହତ୍ତ୍ୱ ବହୁତ ବଢ଼ିଯାଏ । ଏହି ଦିନରେ ପବିତ୍ର ନଦୀମାନଙ୍କରେ ସ୍ନାନ କଲେ ପୂର୍ଣ୍ଣଫଳ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ କରାଯାଏ । ମାଘମାସର ଅମାବାସ୍ୟା ଓ ପୂର୍ଣ୍ଣମୀ ବହୁତ ପବିତ୍ରଦିନ । ଏହିଦିନ ପୃଥିବୀରେ ସୂର୍ଯ୍ୟ କି ଚନ୍ଦ୍ରକୁ କୌଣସି ନା କୌଣସି ସ୍ଥାନରେ ଗ୍ରହଣ ଲାଗିଥାଏ । ସେଥିପାଇଁ ଏହି ଦିନକୁ ଧର୍ମାତ୍ମାମାନେ ସ୍ନାନ ସାରି ଦାନ କର୍ମ କଲେ ପୁଣ୍ୟଫଳ ମିଳେ ।ପୁରାଣ ଅନୁସାରେ ଏହି ଦିନ ପବିତ୍ର ନଦୀ ଗଙ୍ଗାରେ ଦେବତାମାନଙ୍କର ଉପସ୍ଥିତି ଥାଏ । ସେଥିପାଇଁ ଏହି ଦିନରେ ଗଙ୍ଗା ସ୍ନାନର ବହୁତ ମହତ୍ତ୍ୱ ଅଛି । ଏହି ଦିନ ମୌନ ରହିଲେ ମନର ଶୁଦ୍ଧି ଆଉ ଦାନ କଲେ ଧନ ବୃଦ୍ଧି ହୁଏ ଏବଂ ଏହି ଦିନ ଗଙ୍ଗାରେ ସ୍ନାନ କଲେ ମନୁଷ୍ୟର ଶାରୀରିକ, ଭୌତିକ ଓ ଦୈବିକ ପାପ ନାଶ ହୋଇଯାଏ ।

ପୁରାଣ ଅନୁସାରେ ତ୍ରିବେଣୀ ଅମାବାସ୍ୟା ଦିନ ତ୍ରିବେଣୀ ସଙ୍ଗମରେ ସ୍ନାନ କଲେ ସ୍ୱର୍ଗପ୍ରାପ୍ତି ହୋଇ ଜୀବନ ମୋକ୍ଷ ହୋଇଯାଏ ବୋଲି ବିଶ୍ୱାସ ଅଛି । ପବିତ୍ର ତି୍ରବେଣୀ ସଂଗମ ସ୍ଥଳରେ ସ୍ନାନ କଲେ ହଜାର ରାଜଯଜ୍ଞର ସମାନ ଫଳ ମିଳେ । ସଂଗମସ୍ଥଳରେ ସ୍ନାନ କରିବାର ସୁଯୋଗ ନଥିଲେ ତେବେ ଗୃହ କିମ୍ବା ପୁଷ୍କରିଣୀରେ ଗଙ୍ଗାଜଳ ମିଶି୍ରତ ପାଣିରେ ସ୍ନାନ ସାରି ସୂର୍ଯ୍ୟଙ୍କୁ ଉପାସନା କରି ଦାନ ଧର୍ମ କଲେ ଦେବତା ଓ ପୂର୍ବ ପୁରୁଷମାନଙ୍କର ଆଶୀର୍ବାଦ ମିଳେ ।ଆଉ ଲକ୍ଷେ ବର୍ଷର ପୁଣ୍ୟଫଳ ମିଳେ ବୋଲି ବିଶ୍ୱାସ ରହିଛି । ମୁନି ଋଷିମାନଙ୍କର ମାନ୍ୟତା ଅନୁସାରେ ତ୍ରିବେଣୀ ଅମାବାସ୍ୟାର ବହୁତ ମହତ୍ତ୍ୱ ଅଛି । ମୌନ ଅମାବାସ୍ୟା ଠାରୁ ମହାଶିବରାତ୍ରି ଯାଏ ସେମାନେ ମୌନବତ୍ର ଧାରଣ କରନ୍ତି । ସେମାନେ ମାନନ୍ତି ଯେ, ଯେତେବେଳେ ସୂର୍ଯ୍ୟଚକ୍ର ପୁରା ହେଉଥାଏ ସେତେବେଳେ ସବୁ ଜଳରାଶି ଉପରେ ଏହାର ବହୁତ ପ୍ରଭାବ ପଡ଼ିଥାଏ । ଆମ ଜାଣୁ ଯେ, ମାନବ ଶରୀରର ୭୦ ଭାଗ ଜଳ । ତେଣୁ ସୂର୍ଯ୍ୟଚକ୍ରର ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ । ଏହି ପବିତ୍ର ଅମାବାସ୍ୟାକୁ ମୌନ ରହି ପାନଳ କଲେ ମନୁଷ୍ୟ ଶରୀରକୁ ବହୁତ ଉପକାର ମିଳିବା ସହ ମାନସିକ ଶାନ୍ତି ମଧ୍ୟ ମିଳିଥାଏ ।

Show More

Related Articles

Back to top button