ସ୍ୱାସ୍ଥ୍ୟ

ଆପଣ ଫଳ ଖାଇଲା ବେଳେ ଏହିସବୁ ଭୁଲ୍ କରୁ ନାହଁନ୍ତିତ : ଲାଭ ବଦଳରେ ହୋଇପାରେ କ୍ଷତି

ପ୍ରତେକ ବ୍ୟକ୍ତି ନିଜ ଖାଦ୍ୟରେ ଫଳ ସାମିଲ କରିବା ନିହାତି ଜରୁରୀ ଅଟେ l ଫଳରେ ପ୍ରଚୁର ମାତ୍ରାରେ ଭିଟାମିନ ଓ ମିନେରାଲ ରହିଥାଏ ଯାହା ଶରୀରର ପୋଷଣ ପାଇଁ ନିହାତି ଆବଶ୍ୟକ l ଯଦି କୌଣସି ବ୍ୟକ୍ତି ଖାଦ୍ୟ କମ ଖାଇ ,ଫଳ ଅଧିକ ପରିମାଣରେ ଖାଇଥାଏ ତେବେ ତା ଶରୀରରେ କେବେବି ପୋଷାକ ତତ୍ୱ କମିବ ନାହିଁ

ଫଳରେ ପାଣି ,କାର୍ବୋହାଇଡ୍ରେଟ ,ଫ୍ୟାଟି ଏସିଡ ,ଅମିନୋ ଏସିଡ ସମସ୍ତ ଭିଟାମିନ ପ୍ରଚୁର ପରିମାଣରେ ରହୁଛି lକିନ୍ତୁ ଏପରି କିଛି କାରଣ ରହିଛି ଯାହା ଦ୍ୱାରା ଆପଣ ଫଳ ଖାଇ ଲାଭ ପାଇବା ବଦଳରେ କ୍ଷତି ପାଇ ପାରନ୍ତି l

ଏହିପରି ଭାବରେ ଫଳ ଖାଆନ୍ତୁ ନାହିଁ –

ଅଧିକାଂଶ ସମୟରେ ଆପଣ କିଛି କିଛି ଛୋଟ ଛୋଟ ଭୁଲ ମଧ୍ୟ ଫଳ ଖାଇବା ବେଳେ କରିଥାଉ l ଯାହା ଆମର ଶରୀର ପକ୍ଷରେ କ୍ଷତି କାରକ ହୋଇପାରେ l ଜାଣନ୍ତୁ ଫଳ ଖାଇବା ବେଳେ ଆପଣ କଣ ଛୋଟ ଛୋଟ ଭୁଲ କରିଥାନ୍ତି –

* ଭୋଜନ ସହିତ ଏକାସାଙ୍ଗରେ ଫଳ ଖାଆନ୍ତୁ ନାହିଁ l

* ଖାଦ୍ୟ ଖାଇବା ପରେ ପରେ ତୁରନ୍ତ ଫଳ ଖାଇବା l

* ଯଦି ଆପଣ ଖାଦ୍ୟ ଖାଇବା ପରେ ପରେ ଫଳ ଖାଇଦେବେ ତେବେ ଏସିଡ଼ିଟି ସମସ୍ୟା ,ପେଟ ଫୁଲିବା ,ଖଟା ଢ଼କାର ଆସିବା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ l

ଏହା ହେଲା କ୍ଷତି ହେବାର କାରଣ –

ଅଧିକାଂଶ ସମୟରେ ଲୋକମାନେ ଖାଦ୍ୟ ଖାଇବା ପୂର୍ବରୁ କିମ୍ବା ପରେ ଅଧିକ ପରିମାଣରେ ଫଳ ଖାଇ ଦେଇଥାନ୍ତି l ସେମାନେ ଭୁଲି ଯାଇଥାନ୍ତି ଯେ ଏହା ତାଙ୍କପାଇଁ ଗୋଟିଏ ସମୟର ଖାଦ୍ୟ ହୋଇଯାଏ l ଫଳ ସହିତ ଆପଣ କୌଣସି ଅନ୍ୟ ଜିନିଷ ଖାଇବା ଉଚିତ ନୁହେଁ l କାରଣ ଫଳ ପ୍ରାକୃତିକ ମିଠାରେ ପରିପୂର୍ଣ୍ଣ ଅଟେ l ସେଥିପାଇଁ ଖାଇବା ସହିତ ଯେଉଁ ଶର୍କରା ଥାଏ ତାହା ଫଳରେ ଥିବା ଶର୍କରା ସହିତ ମିଶି ଏସିଡ଼ିଟି ସମସ୍ୟା ସୃଷ୍ଟି କରିଥାଏ l ଫଳ ଖାଇବା ପରେ ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ କୌଣସି ଜିନିଷ ନଖାଇବା ଆବଶ୍ୟକ l ଯେତେବେଳେବି ଆପଣ ଫଳ ଖାଉଛନ୍ତି ଯେପରି ଆପଣଙ୍କ ପେଟ ଭାରି ହୋଇ ନଥାଉ l

Show More

Related Articles

Back to top button