ସ୍ୱାସ୍ଥ୍ୟ

ଉଚ୍ଚ ରକ୍ତଚାପ ରୋଗୀ ମାନେ ଏହି ଖାଦ୍ୟକୁ ଖାଇବା ଅନୁଚିତ

ଜଣାନ୍ତୁ ସେଗୁଡିକ କଣ

ଯେତେବେଳେ ଉଚ୍ଚ ରକ୍ତଚାପ ଦେଖା ଦେଇଥାଏ ସେତେବେଳେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ l ଉଚ୍ଚ ରକ୍ତଚାପ ରକ୍ତର ଧମନୀ ଉପରେ ଅଧିକ ପ୍ରଭାବ ପକାଇଥାଏ l ଆମର ଆଜିକାଲିର ଜୀବନ ଚର୍ଯ୍ୟା ପୁଷ୍ଟିହୀନ ଖାଦ୍ୟ ,ଚିନ୍ତା ଓ କାମକୁ ନେଇ ରକ୍ତଚାପ ବଢିବାର ମୁଖ୍ୟ କାରଣ ଅଟେ l ଉଚ୍ଚ ରକ୍ତଚାପ ରୋଗୀ ମାନଙ୍କର ହୃଦ ଘଟ ହବାର ସମ୍ଭାବନା ଅଧିକ ଦେଖା ଦେଇଥାଏ l ଏପରି ସ୍ଥଳେ ଯେଉଁ ଲୋକମାନଙ୍କର ରକ୍ତଚାପର ସ୍ତର ୧୨୦ /୮୦ ରୁ ଅଧିକ ରହୁଛି ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ତା ସହିତ ଖାଦ୍ୟରେ କିଛିଟା ପରିବର୍ତନ କାରିବ ଆବଶ୍ୟକ l

କଫି -କଫିନ ଯୁକ୍ତ ପାନୀୟ ଉଚ୍ଚ ରକ୍ତଚାପ ରୋଗୀ ମାନଙ୍କ ପାଇଁ ବିପଦ ସଂକୁଳ ହୋଇପାରେ l ସେଥିପାଇଁ ଏହି ପରି ରୋଗୀ ମାନେ ଅଧିକ ଚାହା କିମ୍ବା କଫି ପିଇବା ଉଚିତ ନୁହେଁ l ତା ସହିତ କଫି ରକ୍ତଚାପର ସ୍ତରକୁ ବଢାଇବାର କାର୍ଯ୍ୟ କରିଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଯେଉଁ ବ୍ୟକ୍ତି ମାନେ ଅଧିକ କଫି ପିଇ ଥାନ୍ତି ସେମାନଙ୍କର ଷ୍ଟ୍ରେସ ଲେବୁଲ ବଢ଼ିଯାଇଥାଏ ଯାହା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇଥାଏ l

ଲୁଣ ଓ ସୋଡିୟମ -ରକ୍ତଚାପ ରୋଗୀମାନେ କମ ଲୁଣ ଯୁକ୍ତ ଖାଦ୍ୟ ଖାଇବା ବଶ୍ୟକ l ଯେଉଁ ଖାଦ୍ୟରେ ଲୁଣ କିମ୍ବା ସୋଡିୟମ ଅଧିକ ପରିମାଣରେ ଥାଏ ତାହାକୁ ଖାଇବା ଉଚିତ ନୁହେଁ l ଯେପରି କି ଆଜିକାଲିର ଚିପ୍ସ ଓ ଅନ୍ୟ ପ୍ୟାକଟ ଯୁକ୍ତ ଖାଦ୍ୟ l

ଟମାଟୋ ସସ -ଟମାଟୋରେ ପ୍ରସ୍ତୁତ ପ୍ୟାକଟ ଯୁକ୍ତ ସସ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ କ୍ଷତିକାରକ ଅଟେ l କାରଣ ଟମାଟୋ ସସ ରେ ସୋଡିୟମ ବେଞ୍ଜଇଟର ପରିମାଣ ଅଧିକ ରହିଥାଏ l ତେଣୁ ଉଚ୍ଚ ରକ୍ତଚାପ ରୋଗୀମାନେ ଘରେ ପ୍ରସ୍ତୁତ ହେଉଥିବା ଟମାଟୋ ସସ କୁ ଖାଇ ପାରିବେ l ଯେଉଁଥିରେ ସୋଡିୟମର ପରିମାଣ କମ ରହିଥାଏ l

Show More

Related Articles

Back to top button