Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆଜିଠାରୁ ଆରମ୍ଭ ହେବ ଆନ୍ତଃଜିଲ୍ଲା ସିନିୟର ଟି-୨୦ ଲିଗ୍‌

ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଚଳଚଞ୍ଚଳ ହୋଇଛି ରାଜ୍ୟ କ୍ରିକେଟ ଜଗତ । କୋଭିଡ଼ କଟକଣା ଯୋଗୁଁ ସବୁ ବନ୍ଦ ଥିଲା । ଏବେ ପୁଣି ଥରେ ଗ୍ରାଉଣ୍ଡରେ ଏକାଠି ହେବେ ରାଜ୍ୟର କ୍ରିକେଟ ଖେଳାଳି । ଆନ୍ତଃ ଜିଲା ସିନିୟର ଟି-୨୦ କ୍ରିକେଟ ଲିଗ ଆୟୋଜନ ନେଇ ପ୍ରସ୍ତୁତି ଶେଷ ହୋଇଛି ବୋଲି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି

ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଚଳଚଞ୍ଚଳ ହୋଇଛି ରାଜ୍ୟ କ୍ରିକେଟ ଜଗତ । କୋଭିଡ଼ କଟକଣା ଯୋଗୁଁ ସବୁ ବନ୍ଦ ଥିଲା । ଏବେ ପୁଣି ଥରେ ଗ୍ରାଉଣ୍ଡରେ ଏକାଠି ହେବେ ରାଜ୍ୟର କ୍ରିକେଟ ଖେଳାଳି । ଆନ୍ତଃ ଜିଲା ସିନିୟର ଟି-୨୦ କ୍ରିକେଟ ଲିଗ ଆୟୋଜନ ନେଇ ପ୍ରସ୍ତୁତି ଶେଷ ହୋଇଛି ବୋଲି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଓସିଏ ସମ୍ମିଳନୀ କକ୍ଷରେ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ସମ୍ପର୍କରେ ସମସ୍ତ ସୂଚନା ଦିଆଯାଇଥିଲା । ସରକାରୀ ଅନୁମତିରେ ବିଳମ୍ବ ଯୋଗୁଁ ଓସିଏ ଦ୍ୱାରା ପ୍ରସ୍ତାବିତ ଓଡ଼ିଶା କ୍ରିକେଟ ଲିଗ(ଓସିଏଲ) ଘୁଞ୍ଚାଇ ଦିଆଯାଇଛି । ଏହା ଆସନ୍ତା ୨୬ରୁ ଖେଳାଯିବାର ସମ୍ଭାବନା ରହିଛି । ଏହି ସିନିୟର ପୁରୁଷ ଆନ୍ତଃ ଜିଲା ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରୁ ପରବର୍ତ୍ତୀ ସମୟରେ ହେବାକୁ ଥିବା ଓସିଏଲ ଓ ଜାନୁଆରୀ ୧୦ରୁ ହେବାକୁ ଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ନିମନ୍ତେ ରାଜ୍ୟ ଦଳ ବଛାଯିବ । କଟକ ଓ ଭୁବନେଶ୍ୱରର ୯ଟି ଗ୍ରାଉଣ୍ଡରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଖେଳାଯିବ । ଭୁବନେଶ୍ୱରର ୪ଟି ଯଥା କିଟ୍‌, ବିକାଶ କଲେଜ, ସେଞ୍ଚୁରିଆନ ଓ ଟାଉନ କ୍ଲବ ଖେଳ ପଡ଼ିଆରେ ମ୍ୟାଚ୍ ହେବ । କଟକର ୫ଟି ପଡ଼ିଆ ଯଥା ବାରବାଟୀ ଷ୍ଟାଡିୟମ, ଡ୍ରିମ୍ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ନିମପୁର ଓ ବିଡ଼ାନାସୀ ଗ୍ରାଉଣ୍ଡରେ ମ୍ୟାଚ୍ ହେବ । ୯ ଦିନ ଧରି ହେବାକୁ ଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଫ୍ଲଡ ଲାଇଟରେ ଖେଳାଯିବ । ଓସିଏ ସହ ଅନୁବନ୍ଧିତ ଥିବା ୩୭ଟି ୟୁନିଟକୁ ୬ଟି ଜୋନରେ ବିଭକ୍ତ କରାଯାଇଛି । ଜୋନ-୧ରେ କଟକ-ଏ, କେନ୍ଦୁଝର, ନୟାଗଡ଼, ଜଗତସିଂହପୁର, ସୋନପୁର, ମାଲକାନଗିରି, ଜୋନ-୨ରେ ରାଉରକେଲା, ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, ଗଜପତି, ଜୋନ-୩ରେ ଭୁବନେଶ୍ୱର-ଏ, ପୁରୀ, କିଟ, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, ଜୋନ-୪ରେ ପୂର୍ବତଟ ରେଳବାଇ, ଖୋର୍ଦ୍ଧା, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ଜୋନ-୫ରେ ଭୁବନେଶ୍ୱର-ବି, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ, ଜୋନ-୬ରେ କଟକବି, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, ଦେଓଗଡ଼, ନବରଙ୍ଗପୁର, ପାରଦ୍ୱୀପ । ୩ଟି ପର୍ଯ୍ୟାୟରେ ହେଉଥିବା ଟୁର୍ଣ୍ଣାମେଣ୍ଟରେ ମୋଟ ୧୦୩ଟି ମ୍ୟାଚ୍ ଖେଳାଯିବ । ଲିଗ୍ ପର୍ଯ୍ୟାୟରେ ୯୬ଟି ମ୍ୟାଚ୍‌, ସୁପରଲିଗ୍‌ରେ ୬ଟି ମ୍ୟାଚ୍ ପରେ ଫାଇନାଲ ମୁକାବିଲା ହେବ । ପ୍ରତ୍ୟେକ ଜୋନ୍‌ର ପ୍ରଥମ ଦୁଇଟି ଦଳ ସୁପରଲିଗ୍‌କୁ ଉନ୍ନୀତ ହେବେ । ସୁପରଲିଗ୍‌ର ଦୁଇ ଶ୍ରେଷ୍ଠ ଦଳ ଫାଇନାଲ ଖେଳିବେ । ପ୍ରତ୍ୟେକ ଖେଳାଳି ଓ ମ୍ୟାଚ୍ ଅଫିସିଆଲଙ୍କର କୋଭିଡ଼ ଟେଷ୍ଟ କରାଯିବା ପରେ ସେମାନଙ୍କୁ ଖେଳିବାକୁ ଅନୁମତି ମିଳିବ । ମ୍ୟାଚ ପରିଚାଳନା ନିମନ୍ତେ ବିସିସିଆଇ, ଓସିଏର ୪୦ ପ୍ୟାନେଲ ଆମ୍ପାୟାର, ୨୦ ଜଣ ଲେଖାଏଁ ସ୍କୋରର ଓ ଭିଡ଼ିଓ ଆନାଲିଷ୍ଟ ଦାୟିତ୍ୱରେ ରହିବେ । ଓସିଏ ପକ୍ଷରୁ ସମସ୍ତ ଦଳ ଖେଳାଳିଙ୍କ ରହଣି ଓ ଯାତାୟତର ବ୍ୟବସ୍ଥା କରାଯିବ ବୋଲି ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।
ସେହିପରି ଡିସେମ୍ବର ୨୬ ତାରିଖରୁ ଓସିଏଲ ଆୟୋଜନ ହେବା ନେଇ ସମ୍ଭାବନା ରହିଛି । ଆନ୍ତଃ ଜିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟରୁ ୮୪ଜଣ ଖେଳାଳି ବଛାଯିବେ । ଏମାନଙ୍କୁ ୬ଟି ଦଳରେ ବିଭକ୍ତ କରାଯାଇ ଓସିଏଲ ଟୁର୍ଣ୍ଣାମେଣ୍ଟ ହେବ ବୋଲି ସମ୍ପାଦକ ସଞ୍ଜୟ କହିଥିଲେ । ଅନ୍ୟପକ୍ଷରେ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟ ନିମନ୍ତେ ଆନ୍ତଃ ଜିଲା କ୍ରିକେଟ ଟର୍ଣ୍ଣାମେଣ୍ଟରୁ ବଛାଯିବେ ୪୦ ଜଣ ଖେଳାଳି । ୪୦ ଖେଳାଳିଙ୍କୁ ନେଇ ରାଜ୍ୟ ସିନିୟର ଦଳର ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ ଓ ଏଥିରୁ ଚୂଡାନ୍ତ ଦଳ ଚୟନ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି ।

Show More

Related Articles

Back to top button