ଦେଶସ୍ୱତନ୍ତ୍ର

ମହଙ୍ଗା ହେବ ହିରୋ ବାଇକ ଓ ସ୍କୁଟର

ନୂଆଦିଲ୍ଲୀ : ଏଥର ମହଙ୍ଗା ହେବ ହିରୋ ବାଇକ ଓ ସ୍କୁଟର । ଆସନ୍ତା ଜୁଲାଇ ୧ରୁ ନିଜର ବାଇକ ଓ ସ୍କୁଟର ଦର ୩ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ ହିରୋ ମୋଟକର୍ପ । କମ୍ପାନି ଏ ନେଇ ଆଜି ଘୋଷଣା କରିଛି । ତେବେ ଏହି ଦର ବୃଦ୍ଧି ସମ୍ପର୍କରେ କମ୍ପାନି ପକ୍ଷରୁ ଷ୍ଟକବଜାରକୁ ସୂଚୀତ କରାଯାଇଛି ।

କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ , ଏହି ଦର ବୃଦ୍ଧି ପାଇ ୩ ହଜାର ପର୍ଯ୍ୟନ୍ତ ରହିବ କିନ୍ତୁ ମଡେଲ ଅନୁସାରେ ଦର ଭିନ୍ନ ଭିନ୍ନ ରହିବ । କଞ୍ଚାମାଲର ଦର ଏବଂ ଆନୁଷଙ୍ଗିକ ମହଙ୍ଗା ହେବା ଯୋଗୁଁ କମ୍ପାନୀ ଏଭଲି ନିଷ୍ପତ୍ତି ନେଇଛି ।

ଚଳିତ ମାସରେ ଦେଶରେ ବିଭିନ୍ନ କମ୍ପାନିର ମୋଟର ସାଇକେଲ, ସ୍କୁଟର ଓ କାର ମୂଲ୍ୟ ବୃଦ୍ଧି ପାଇଥିଲା । ସରକାରଙ୍କ ପକ୍ଷରୁ ଗାଡ଼ିବୀମା ପ୍ରମିୟମ ବୃଦ୍ଧି କରିବା ପରେ ଏହି ଦରବୃଦ୍ଧି ହୋଇଥିଲା । ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ଦ୍ବାରା ରେପୋ ହାର ବୃଦ୍ଧି କରାଯିବା ପରେ ବିଭିନ୍ନ ବ୍ୟାଙ୍କ ନିଜର ଋଣ ସୁଧହାର ବୃଦ୍ଧି କରିଛନ୍ତି । ଏହା ଫଳରେ ଯାନବାହାନ ଋଣ ନେଇ ଗାଡ଼ି କିଣୁଥିବା ଗ୍ରାହକମାନଙ୍କ ଉପରେ ଅଧିକ ସୁଧ ପଡିବ ।

Show More

Related Articles

Back to top button