ଓଡ଼ିଶାବ୍ୟକ୍ତିତ୍ୱସ୍ୱତନ୍ତ୍ର

ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

ଭୁବନେଶ୍ଵର: ଆରପାରିରେ ବରିଷ୍ଠ ଅଭିନେତା ରାଇମୋହନ ପରିଡା । ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ରାଇମୋହନ । ଏହାକୁ ସହଜେ ବିଶ୍ୱାସ କରି ପାରୁନାହାଁନ୍ତି ଦର୍ଶକ ଏବଂ ଓଡିଆ ସିନେମା ଜଗତ । ତେବେ ରାଇମୋହନ ପଳାଶୁଣିସ୍ଥିତ ପ୍ରାଚୀ ବିହାର ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସୂଚନା ଥାଉ କି , ରାଇମୋହନ ପରିଡା ୧୯୬୩ ମସିହା ଜୁଲାଇ ୧୦ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ସେ ଅଭିନୟ ଶିକ୍ଷା କରିଥିଲେ । ସେ ୧୯୮୫ ମସିହାରୁ ଅଭିନୟରେ ପାଦ ଥାପିଥିଲେ। ୧୯୮୭ରେ ସାଗର ସିନେମାରେ ପ୍ରଥମ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।  ୯୦ ରୁ ଅଧିକ ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ଯାତ୍ରାରେ ମଧ୍ୟ ଅନେକ ନାଟକରେ ନିଜର କଳା ପ୍ରଦର୍ଶନ କରିଛନ୍ତି। ରାଇମୋହନ ୧୫ ରୁ ଅଧିକ ବଙ୍ଗାଳୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । ପଶ୍ଚିମବଙ୍ଗରେ ରାଇମୋହନ ଘରେ ଘରେ ଲୋକପ୍ରିୟ ଥିବା ବେଳେ ଏଭଳି ଘଟଣା ଶୁଣି ସବୁଆଡେ ଶୋକର ଛାୟା ଖେଳିଯାଇଛି।

 

 

 

Show More

Related Articles

Back to top button