ଓଡ଼ିଶାଦୁର୍ଘଟଣା

ପାଣିରେ ବୁଡି ଚାଲିଗଲା ୪ ନାବାଳକଙ୍କ ଜୀବନ

ଜୟପୁର: ପାଣିରେ ବୁଡି ଚାଲିଗଲା ୪ ନାବାଳକଙ୍କ ଜୀବନ । ଏଭଳି ଦୁଃଖଦାୟକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସଦରଥାନା ଅନ୍ତର୍ଗତ ମାଝିଗୁଡାରେ । ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ କୋରାପୁଟ ସଦର ଥାନା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ସୂଚନା ଅନୁଯାୟୀ, ମାଝିଗୁଡ଼ାରେ ଏକ ପାଣି ଭର୍ତ୍ତି ଖାତ ନିକଟରେ ୬ ଶିଶୁ ବୁଲାବୁଲି କରୁଥିବା ବେଳେ ୪ ଜଣ କୌଣସି କାରଣରୁ ସେଥିରେ ପଡି ଯାଇଥିଲେ । ମୃତକ ମଧ୍ୟରେ ୩ ଜଣ ବାଳିକା ଓ ଜଣେ ବାଳକ ଅଛନ୍ତି । ପିଲାମାନଙ୍କ ବୟସ କମ ହୋଇଥିବା ବେଳେ ଖାତଟି ପାଣିରେ ଭର୍ତ୍ତି ହୋଇଥିଲା । ଫଳରେ ପିଲାମାନେ ସେଥିରୁ ଉଠି ନପାରି ବୁଡି ଯାଇଥିଲେ।  ଗାଁରେ ଶୋକର ଛାୟା ଖେଳି ଯାଇଛି ।

Show More

Related Articles

Back to top button