ଦୁର୍ଘଟଣାଦେଶ

ଅରୁଣାଚଳ ପ୍ରଦେଶରେ ହେଲିକପ୍ଟର୍‌ କ୍ରାସ୍, ଘଟଣାସ୍ଥଳରେ ତଲାସ କରୁଛନ୍ତି ଉଦ୍ଧାରକାରୀ ଦଳ

ଅରୁଣାଚଳ ପ୍ରଦେଶରେ ହେଲିକପ୍ଟର୍‌ କ୍ରାସ୍ । ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ଉପର ସିଆଙ୍ଗ୍‌ ଜିଲ୍ଲାରେ ଆଜି ସେନାର ଗୋଟାଏ ଆଡ୍‌ଭାନ୍‌ସ୍‌ଡ୍‌ ଲାଇଟ୍‌ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ତଲାସ ଆରମ୍ଭ କରିଛନ୍ତି । ଏନେଇ ପ୍ରତିରକ୍ଷା କର୍ମଚାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ତେବେ ଉପର ସିଆଙ୍ଗ୍‌ର ବରିଷ୍ଠ ପୁଲିସ ଅଧିକାରୀ ଜୁମ୍ମାର୍‌ ବସର୍‌ ଗଣମାଧ୍ୟମକୁ କହିଛନ୍ତି ଯେ, ଉପର ସିଆଙ୍ଗ୍‌ ଜିଲ୍ଲାସ୍ଥିତ ତୁତିଙ୍ଗ୍‌ ମୁଖ୍ୟାଳୟଠାରୁ ୨୫ କିଲୋମିଟର୍‌ ଦୂରବର୍ତ୍ତୀ ସିନ୍‌ଗିଙ୍ଗ୍‌ ଗାଁ ନିକଟରେ ଘଟିଥିବା ଉକ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ପାଇଁ ସଡ଼କ ପଥ ନାହିଁ ।

ସୂଚନାଯୋଗ୍ୟ, ଏହା ହେଉଛି ଚଳିତ ମାସରେ ଅରୁଣାଚଳ ପ୍ରଦେଶରେ ଦ୍ବିତୀୟ ହେଲିକପ୍ଟର୍‌ ଦୁର୍ଘଟଣା। ଚଳିତ ମାସ ପ୍ରାରମ୍ଭରେ ତାୱାଙ୍ଗ୍‌ ନିକଟରେ ଗୋଟାଏ ଚିତା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପାଇଲଟ୍‌ ପ୍ରାଣ ହରାଇଥିଲେ ଓ ଆଉ କିଛି ବ୍ୟକ୍ତି ଆହତ ହୋଇଥିଲେ।

Show More

Related Articles

Back to top button