ଦେଶ ବିଦେଶ

ଭାସୁଛି ଦିଲ୍ଲୀ: ବର୍ଷା ଭାଙ୍ଗିଲା ୧୨୧ ବର୍ଷର ରେକର୍ଡ

କାଲି ଯାଏଁ ଛେଚିବ

ଦିଲ୍ଲୀରେ ଶନିବାର ସକାଳେ ଆରମ୍ଭ ହୋଇଥିବା ପ୍ରବଳ ବର୍ଷା ରବିବାର ସକାଳ ପର୍ଯ୍ୟନ୍ତ ଜାରି ରହିବ। ୧୯୪୪ ବର୍ଷ ପରେ ଏଥର ସେପ୍ଟେମ୍ବର ମାସରେ ସବୁଠୁ ଅଧିକ ବର୍ଷା ହୋଇଛି। ପାଣିପାଗ ବିଭାଗ ଅନୁସାରେ, ଦିଲ୍ଲୀରେ ଚଳିତ ବର୍ଷ ୧୨୧ ବର୍ଷ ପରେ କେବଳ ୨୪ ଘଣ୍ଟାରେ ସବୁଠୁ ଅଧିକ ବର୍ଷା ହୋଇଛି ।

ସେପ୍ଟେମ୍ବରରେ ୩୯୦ ମିଲିମିଟର ବର୍ଷା ହୋଇଛି । ଏହା ପୂର୍ବରୁ ୭୭ ବର୍ଷ ପୂର୍ବେ ସେପ୍ଟେମ୍ବର ୧୯୪୪ରେ ସବୁଠୁ ଅଧିକ ୩୯୦ ମିମି ବର୍ଷା ହୋଇଥିଲା । ଦିଲ୍ଲୀରେ ୪ ମାସ ମଧ୍ୟରେ ୧୧୩୯ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ୪୬ ବର୍ଷରେ ସର୍ବାଧିକ। ୧୯୭୫ରେ ୧୧୫୫ ମିମି ବର୍ଷା ହୋଇଥିଲା। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ଅନୁସାରେ, ଦିଲ୍ଲୀରେ ଏହି ପ୍ରବଳ ବର୍ଷା ରବିବାର ସକାଳ ପର୍ଯ୍ୟନ୍ତ ଜାରି ରହିବ। ଏହାର ପ୍ରଭାବ ଦିଲ୍ଲୀ-ଏନସିଆର, ପଞ୍ଜାବ ଏବଂ ରାଜସ୍ଥାନରେ ରହିବ। ଦେଶର ରାଜଧାନୀ ଦିଲ୍ଲୀରେ ୧୭-୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ଛେଚିବ ।

Show More

Related Articles

Back to top button