Breaking PLUSଓଡ଼ିଶାମୁଖ୍ୟ ଖବର

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ: କେବେ କମିବ ସଂକ୍ରମଣ, ତାହା ଏବେଠୁ କହିହେବନି

ରାଜ୍ୟରେ ସଂକ୍ରମଣ ଅପଓ୍ୱାର୍ଡ ଟ୍ରେଣ୍ଡରେ ରହିଛି । ରାଜ୍ୟ ସରକାରଙ୍କ କଟକଣା ଅନୁସାରେ ବିଭାଗ କାର୍ଯ୍ୟ କରୁଛି । ସଂକ୍ରମଣ କେବେ କମିବ, ତାହା ଏବେଠାରୁ କହିହେବନି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସ୍ୱାସ୍ଥ୍ୟ ବିଭାଗ ତରଫରୁ ସର୍ଭେଲାନ୍ସ, ଟିକାକରଣ, ଟେଷ୍ଟିଂ, ଟ୍ରିଟମେଣ୍ଟ ସବୁ ଚାଲିଛି । ସଂକ୍ରମଣ କେବେ କମିବ, କହି ହେବନି । ତା ଉପରେ ବେଶୀ ଚିନ୍ତା କରିବାର ନାହିଁ । ଗୋଟିଏ ଦେଶରେ ୨୫ଟି ଡେମିକ୍ରନ କେସ୍‌ ବାହାରିଛି । ଏହା ଉପରେ କୌଣସି ପ୍ରାମାଣିକ ତଥ୍ୟ ନାହିଁ ।

ଏହା ଉପରେ ଅଧିକ ଚର୍ଚ୍ଚା କେବଳ ଆତଙ୍କ ଖେଳାଇବ । ତେଣୁ ଏହାକୁ ନେଇ ଚର୍ଚ୍ଚା କରା ନଯାଉ । ଆମର ରାଜ୍ୟରେ ଆଡ଼ମିଶନ ହାର କମ ରହିଛି । ୨୦ ହଜାରରୁ ଅଧିକ ଆକ୍ଟିଭ କେସରୁ ମାତ୍ର ୧୯ ହାଜରରୁ ଅଧିକ ହୋମ ଆଇସଲେସନରେ ଅଛନ୍ତି । ତାଙ୍କ ଲାଗି ଚିନ୍ତିତ ହେବାନି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ହସ୍ପିଟାଲ ବେଡ଼ କ୍ଷମତା ମଧ୍ୟ ବଢାଯାଉଛି ।

Show More

Related Articles

Back to top button