Breaking PLUSଓଡ଼ିଶାମୁଖ୍ୟ ଖବର

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ: ଭିଡ଼କୁ ଯାଆନ୍ତୁ ନାହିଁ, ସବୁବେଳେ ମାକ୍ସ ପିନ୍ଧନ୍ତୁ

ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ସ୍ଲୋ ପ୍ରାଗେସ୍ ଅଛି । ପୂର୍ବରୁ ୫୦ ମଧ୍ୟରେ ରହୁଥିଲା, କିଛି ଦିନ ହେବ ତାହା ୭୦କୁ ଛୁଇଁଲା । ମାତ୍ର ବର୍ତ୍ତମାନ ଏବେ ସେହି ସଂଖ୍ୟା ୧୦୦ ପାର କରିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ,ଆଗକୁ ଯେମିତି ଅଧିକ ଟ୍ରାନ୍ସମିଶନ ନହେବ ତା ଉପରେ ଗୁରୁତ୍ୱ ଦିଆଯାଉଛି ।

ଲୋକଙ୍କୁ ଅପିଲ କରାଯାଉଛି ଭିଡ଼କୁ ଯାଆନ୍ତୁ ନାହିଁ । ସବୁବେଳେ ମାକ୍ସ ପରିଧାନ କରନ୍ତୁ । ଲକ୍ଷଣ ଥିଲେ ଟେଷ୍ଟ କରାଇ ନିଅନ୍ତୁ । ବର୍ତ୍ତମାନ ଘରେ ଘରେ ଟେଷ୍ଟିଂ କରାଯାଉଛି । ଯାହାଦ୍ୱାରା ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦି ଏହା ପରେ ହସ୍ପିଟାଲାଇଯେସନ ବଢେ ପୂର୍ବ ଭଳି ବ୍ୟବସ୍ଥା କରାଯିବ । ସଂକ୍ରମଣ ସ୍ଥିତି ଉପରେ ନଜର ରଖିଛୁ । ପିକରେ କେତେ ପର୍ଯ୍ୟନ୍ତ ଯାଉଛି ତାହା ଉପରେ ନଜର ରଖିଛୁ । ସେହିପରି ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ପୁରୀରେ ୬୯ ଫାଷ୍ଟ ଏଡ଼ ସେଣ୍ଟର ଖୋଲାଯାଇଛି ।

 

୫୮ଟି ଆମ୍ବୁଲାନ୍ସ ସର୍ଭିସ, ୧୧୪ଟି ଷ୍ଟେଚର ସର୍ଭିସ, ୧୪୫ ଜଣ ଡାକ୍ତର, ସାତ ଜଣ ଫୁଡ଼ ସେପେଟି ଅଫିସର, ୪୦ଜଣ ଫାର୍ମାସିଷ୍ଟ, ୩୦ ଜଣ ନର୍ସିଂ ଅଫିସର, ୪୫ଜଣ ହେଲ୍ଥ ଅଫିସର , ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ୨୮୭ ବେଡ଼ ପ୍ରସ୍ତୁତ କରାଯାଇଛି । ସେପଟେ ପ୍ରବଳ ଗୁଳୁଗୁଳି ପାଇଁ ପୁରୀରେ ୨୬ଟି ଏସି ବେଡ଼ର ବ୍ୟବସ୍ଥା ହୋଇଛି। ପୁରୀ ହସ୍ପିଟାଲରେ ୨୦୦ ୟୁନିଟ ଲେଖାଏଁ ବିଭିନ୍ନ ଗ୍ରୁପର ବ୍ଲଡ଼ ବ୍ୟାଙ୍କ ପ୍ରସ୍ତୁତ ହୋଇଛି।

Show More

Related Articles

Back to top button