ଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ- ବାଉନ୍ସ ବ୍ୟାକ କରିପାରେ କରୋନା

ସ୍ଥିତିରେ ସୁଧାର ଆସୁଛି । ଦୈନିକ ସଂକ୍ରମଣ ସଂଖ୍ୟା ବି କମୁଛି ।

ଆକ୍ଟିଭ ସଂଖ୍ୟା ବି କମୁଛି । ସୁଧାର ପରିଲକ୍ଷିତ ହେଇଛି । ମାତ୍ର ଯାହା ଆମେ ଆଗରୁ କହିଛୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଓମିକ୍ରନର ସଂକ୍ରମଣ କ୍ଷମତା ଡେଲଟାଠୁ ବହୁତ ଅଧିକ । ତେଣୁ କେତେବେଳେ ବି ଏହା ବାଉନ୍ସ ବ୍ୟାକ କରିପାରେ । ତେଣୁ ଆମକୁ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଯାହା କଟକଣା ରହିଛି ତାହା ଲୋକଙ୍କ ଜୀବନ ଜୀବିକା ଉପରେ ସାମନ୍ୟତମ ବି ପ୍ରଭାବ ପକାଉନି । ଗ୍ରାଫର ସମ୍ପୁର୍ଣ୍ଣ ତଳେ ନ ପହଁଚିବା ପର୍ଯ୍ୟନ୍ତ ଆମକୁ ସତର୍କ ରହିବାକୁ ହେବ । ସେହିପରି କୋଭିଡ଼ ମୃତ୍ୟୁ ବଢିବା ନେଇ କହିଛନ୍ତି ଯେ, ପିକର ମାସେ ପରେ ମୃତ୍ୟୁ ଟିକିଏ ବଢେ । ଜାନୁଆରୀ ମାସରେ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ , ତାହା ତୁଳନାରେ ଆମର ମୃତ୍ୟୁ ବହୁତ କମ ରହିଛି । ଡେଲଟା ଏବେ ବି ରହିଛି । ତେଣୁ କିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ।

Show More

Related Articles

Back to top button