ଓଡ଼ିଶାମୁଖ୍ୟ ଖବର

ଓଡିଶା ହାଇକୋର୍ଟରେ ୪ ନୂଆ ବିଚାରପତି !

ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ୍‌ଙ୍କ ଅନୁମୋଦନ

ଓଡିଶା ହାଇକୋର୍ଟରେ ନିଯୁକ୍ତି ପାଇପାରନ୍ତି ୪ ନୂଆ ବିଚାରପତି । ୪ ଜଣ ଆଇନଜୀବୀଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯିବା ଲାଗି ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ୍ ରୁ ଅନୁମୋଦନ ମିଳିଛି । ଏହି ୪ ଜଣ ଆଇନଜୀବୀ ହେଉଛନ୍ତି ଭି.ନରସିଂହ, ସଞ୍ଜୟ ମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଓ ରମଣ ମୁରହରି (ଏମ୍ ଏସ୍ ରମଣ) ।

ଗତ ୨୯ ତାରିଖରେ ବସିଥିବା ସୁପ୍ରିମକୋର୍ଟ କଲେଜିୟମ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ୪ ଜଣ ନିଯୁକ୍ତି ପାଇଲେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇବ ।

Show More

Related Articles

Back to top button