Breaking PLUSଓଡ଼ିଶାମୁଖ୍ୟ ଖବର

ବୋରୱେଲରୁ ଉଦ୍ଧାର ଶିଶୁର ସ୍ୱାସ୍ଥ୍ୟାବସ୍ଥା ଜଟିଳ

ଭୁବନେଶ୍ୱର, 14 ଡିସେମ୍ବର – ସମ୍ବଲପୁର ରେଙ୍ଗାଲି ଥାନା ଅନ୍ତର୍ଗତ ରାଲିପାଲି ଗାଁରେ ଏକ ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟାର ସ୍ୱାସ୍ଥ୍ୟାବସ୍ଥା ରହିଛି । ବୁର୍ଲା ଭୀମସାର ଏସଏନସିୟୁ ବିଭାଗରେ ଭର୍ତ୍ତି କରାଯାଇ ଶିଶୁଟିର ଚିକିତ୍ସା ଚାଲିଛି । ଆଜି ତୃତୀୟ ଦିନରେ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ସୁସ୍ଥନଥିବା ଜଣାପଡ଼ିଛି । ଶିଶୁର ଶରୀରର ଆଭ୍ୟନ୍ତରୀଣ ଅଂଶରେ ସଂକ୍ରମଣ ଏବଂ ଜଟିଳ ସମସ୍ୟା ଥିବା ଚିକିତ୍ସା କରୁଥିବା ଡାକ୍ତର ମାନେ ଜାଣିବାକୁ ପାଇଛନ୍ତି । ଶିଶୁର ପେଟରେ ଏକ ପ୍ରକାର ଗ୍ୟାସ ଜମିଥିବା ଅଲଟ୍ରାସାଉଣ୍ଡ ରିପୋର୍ଟରେ ଜଣାପଡିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଡାକ୍ତରୀ ଟିମ୍ । ଯଦି ଏହା ନିୟନ୍ତ୍ରଣକୁ ନଆସେ ତେବେ ଆଗକୁ ଶିଶୁ କନ୍ୟାକୁ ଆହୁରି ଉତ୍ତମ ମାନର ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପାରେ ବୋଲି ମେଡ଼ିକାଲ ଅଧିକ୍ଷକ ପ୍ରଫେସର ଲାଲ ମୋହନ ନାୟକ ସୂଚନା ଦେଇଛନ୍ତି।

Show More

Related Articles

Back to top button