Breaking PLUSଦେଶମୁଖ୍ୟ ଖବର

ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଓ ସମାନ ଅଧିକାର ଦେବା ଦିଗରେ ଦ୍ରୁତଗତିରେ କାମ କରିଛନ୍ତି କେନ୍ଦ୍ର ସରକାର- ମନସୁଖ ମାଣ୍ଡଭ୍ୟ

ନୂଆଦିଲ୍ଲୀ, 14 ଡିସେମ୍ବର – କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଗୁରୁବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ଭାରତର ନିର୍ମାଣ ହୋଇଛି । ଏହି ନୂଆ ଭାରତରେ ମହିଳାଙ୍କ ଭାଗିଦାରିତା ବୃଦ୍ଧି କରିବା ସହ ସେମାନଙ୍କ ସୁରକ୍ଷା ଓ ସମାନ ଅଧିକାର ଦେବା ଦିଗରେ ଦ୍ରୁତ ଗତିରେ କାମ କରିଛନ୍ତି କେନ୍ଦ୍ର ସରକାର । ଦେଶର ବିକାଶରେ ମହିଳାଙ୍କ ଭାଗିଦାରିତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ 7ଟି ବିଷୟ ଉପରେ ବିଶେଷ ଭାବେ ଧ୍ୟାନ ଦେଇଛନ୍ତି । ପ୍ରଥମେ ତାଙ୍କୁ ସୁରକ୍ଷା ଦିଆଯାଇଛି, ମହିଳାଙ୍କୁ ସମ୍ବଳ ବନାଇବା ସହ ତାଙ୍କ ସମୃଦ୍ଧି ପାଇଁ କାମ କରାଯାଇଛି । ଅଧା ଜନସଂଖ୍ୟାର ଅସ୍ତିତ୍ୱକୁ ଗ୍ରହଣ କରି ସେମାନଙ୍କୁ ସୁବିଧା ଯୋଗାଇବା, ମହିଳାମାନଙ୍କର ଯତ୍ନ ନେବା ଏବଂ ଏକ ନିର୍ଣ୍ଣାୟକ ଭୂମିକାରେ ଆଣିବା ପାଇଁ କାର୍ଯ୍ୟ କରାଯାଇଛି।

Show More

Related Articles

Back to top button