Breaking PLUSଓଡ଼ିଶାମୁଖ୍ୟ ଖବର

ଲାଞ୍ଚ ନେବା ବେଳେ ଧରାପଡିଲେ ସେକ୍ସନ ଅଫିସର

ଭୁବନେଶ୍ୱର, 14 ଡିସେମ୍ବର – ଲାଞ୍ଚ ନେବା ବେଳେ ଧରାପଡିଲେ ସେକ୍ସନ ଅଫିସର । ଭୁବନେଶ୍ୱର କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସେକ୍ସନ ଅଫିସର ଶୁଭକାନ୍ତ ସ୍ୱାଇଁ 8ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜଣେ ଅଭିଯୋଗକାରୀଙ୍କ ଭାଇର ଆବେଦନ ପ୍ରକ୍ରିୟାକରଣ ଏବଂ କଣ୍ଟ୍ରାକ୍ଟର ଲାଇସେନ୍ସ ପ୍ରଦାନ ପାଇଁ 8ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଛି ଭିଜିଲାନ୍ସ ଟିମ୍ । ଏହାପରେ ଆୟ ବହିର୍ଭୁତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଶୁଭକାନ୍ତଙ୍କର 3ଟି ଠିକଣାରେ ଚଢାଉ କରାଯାଇଛି । ତାଙ୍କ ଅଫିସ ଡ୍ରୟାରରୁ 14ହଜାର 990 ଟଙ୍କା ଓ ତାଙ୍କ ଠାରୁ 5500 ଟଙ୍କା ଜବତ କରାଯାଇଛି ।

Show More

Related Articles

Back to top button