Breaking PLUSଅପରାଧଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

୮ବର୍ଷର ଝିଅକୁ ହତ୍ୟା କରି କଟାମୁଣ୍ଡ ଧରି ବୁଲିଲେ ଯୁବକ

ଶିଶୁଟିକୁ ନିର୍ମମ ଭାବେ ହତ୍ୟା କରିଛି ଯୁବକ ଜଣକ

ମାନବିକ ତାକୁ ଭୁଲି ପଶୁ ପାଲଟିଲା ମଣିଷ । ଶୌଚ ହେବାକୁ ଯାଇଥିବା ସମୟରେ ୮ ବର୍ଷ ଝିଅକୁ ଯୁବକ ଜଣଙ୍କ ଗୋଡାଇ ଗୋଡାଇ ହାଣି ଗଳାକାଟି ନୃଶଂସ ଭାବେ ହତ୍ୟା କରିଛି ।ଏଭଳି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଜମନକିରା ଥାନା କସଡା ଗାଁ’ରେ । ଯୁବକଙ୍କ ଉନ୍ମତ୍ତ କାଣ୍ଡରେ ଘଟଣା ସ୍ଥଳରେ ହିଁ ଝିଅଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ଯୁବକଟି ଶିଶୁକନ୍ୟାକୁ ହତ୍ୟା ପରେ, ତା’ର କଟାମୁଣ୍ଡକୁ ଧରି ଗାଁ’ରେ ବୁଲୁଥିଲା ।

ଗ୍ରାମବାସୀମାନେ ଯୁବକକୁ ଧରି ପୋଲିସ୍ ଜିମାରେ ଦେଇଛନ୍ତି । ତେବେ କାହିଁକି ଯୁବକ ଜଣକ ଏଭଳି କାଣ୍ଡ ଘଟାଇଲା ତା’ର କାରଣ ଏ ଯାଏ ସ୍ପଷ୍ଟ ହୋଇନି । ମୃତଦେହକୁ ପୋଲିସ୍ ଜବତ କରି ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button