Breaking PLUSଦେଶମୁଖ୍ୟ ଖବର

ହରିୟାଣାରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, 2 ଡ୍ରାଇଭର ମୃତ

ଯମୁନାନଗର , 19 ନଭେମ୍ବର – ହରିୟାଣାର ଜଗାଧରି –ପୋଣ୍ଟା ସାହିବ ଜାତୀୟ ରାଜପଥ ଉପରେ ପିପଲି ମାଜରା ଗାଁ ନିକଟରେ ଶନିବାର ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁଇଟି ଟ୍ରକ ମଧ୍ୟରେ ଦୁର୍ଘଟଣା ଯୋଗୁ ଟ୍ରକରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ପ୍ରଖର ବେଗରେ ବ୍ୟାପିଥିଲା ଯେ, ଦୁଇଟି ଯାକ ଟ୍ରକର ଡ୍ରାଇଭର କ୍ୟାବିନରେ ଫସିଯାଇ ମୃତ୍ୟୁବରଣ କରିଛନ୍ତି । ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
ସୂଚନା ମୁତାବକ, ଜାତୀୟ ରାଜପଥ 73-ଏର କାମ ଚାଲୁଥିବା ବେଳେ ଗୋଟିଏ ଟ୍ରକ ନିର୍ମାଣ ସାମଗ୍ରୀ ନେଇ ଯାଉଥିଲା । ଏହା ପିପଲି ମାଜରା ନିକଟରେ ଅନ୍ୟ ଏକ ଟ୍ରକ ସହ ଧକ୍କା ହୋଇଥିଲା । ଧକ୍କା ହେବା କ୍ଷଣି ନିଆଁ ଲାଗିଯାଇଥିଲା । ଏବଂ ଟ୍ରକରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

Show More

Related Articles

Back to top button