Breaking PLUSଓଡ଼ିଶାମୁଖ୍ୟ ଖବର

କେନ୍ଦୁଝରରେ ପୁଣି ଗଲା ହାତୀର ଜୀବନ

କେନ୍ଦୁଝର, 19 ନଭେମ୍ବର – ସଙ୍କଟରେ ଗଜରାଜ । କେନ୍ଦୁଝରରେ ଆଜି ପୁଣି ଆଉ ଏକ ହାତୀର ମୃତ୍ୟୁ ହୋଇଛି । ହାତୀ ଶିକାରର ପେଣ୍ଠସ୍ଥଳୀ ପାଲଟିଯାଇଛି କେନ୍ଦୁଝର ବନଖଣ୍ଡର ତେଲକୋଇ ବନାଞ୍ଚଳ। ସପ୍ତାହେ ପୂର୍ବରୁ ଏକ ଦନ୍ତା ହାତୀକୁ ବିଦ୍ୟୁତ୍ ଫାଶ ଦ୍ଵାରା ଶିକାର କରାଯାଇଥିବା ବେଳେ ଆଜି ପୁଣି ଏକ ହାତୀ ମୃତ୍ୟୁର ଶିକାର ହୋଇଛି ।
ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟ ଆକୁଳ ମୁଣ୍ଡା ସାହି ନିକଟସ୍ଥ ଏକ ଚାଷ ଜମି ନିକଟରୁ ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ହାତୀ ହାତୀ ମଧ୍ୟରେ ଲଢେଇ ଯୋଗୁଁ ଏହି ହାତୀର ମୃତ୍ୟୁ ହୋଇଥାଇ ପାରେ ବୋଲି ବନ ବିଭାଗ ଆଶଙ୍କା କରିଛି ।ଏହା ପୂର୍ବରୁ ସଲେଇକେନାରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ସମ୍ମାନ କଥା କହୁଥିବା ବେଳେ ପରେ ବିଦ୍ୟୁତ୍ ଫାଶରେ ପଡ଼ି ଦନ୍ତାର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା । ତେବେ ବନଖଣ୍ଡ ଅଧିକାରୀ ଙ୍କ ସମେତ ବିଭାଗୀୟ ସାଇଣ୍ଟଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଲେ ହାତୀ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।

Show More

Related Articles

Back to top button