ଓଡ଼ିଶାଖେଳଦେଶମୁଖ୍ୟ ଖବର

ଟି-୨୦ ବିଶ୍ୱକପର ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିବାରେ ବିଫଳ ହେବା ପରେ ଟିମ୍ ଇଣ୍ଡିଆ ଏକ ନୂତନ ଆରମ୍ଭ କରିବାକୁ ଚେଷ୍ଟା କରୁଛି। ଚଳିତ ବର୍ଷ ଭାରତ ହାତରୁ ବିଶ୍ୱକପ ଯିବାରୁ ପୂର୍ବତନ କ୍ରିକେଟର ତଥା କ୍ରିକେଟ୍ ବିଶେଷଜ୍ଞମାନେ ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିବା ସପକ୍ଷରେ ଥିବା ଚର୍ଚ୍ଚା ହେଉଛି।

ଏମିତି କି ଭାରତୀୟ କ୍ରିକେଟର ଦିଗ୍ଗଜ କ୍ରିକେଟର ସୁନୀଲ ଗାଭାସ୍କର ଏବଂ ରବି ଶାସ୍ତ୍ରୀ ମଧ୍ୟ ପାଣ୍ଡ୍ୟାଙ୍କୁ ଟି-୨୦ର ସ୍ଥାୟୀ ଅଧିନାୟକ କରିବାକୁ ରାଜି ଅଛନ୍ତି। ତେବେ ପାଣ୍ଡ୍ୟାଙ୍କୁ ମିଳିଥିବା ସମର୍ଥନ ମଧ୍ୟରେ ବିସିସିଆଇ ମଧ୍ୟ ଏଭଳି କରିବାକୁ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି।

ମିଳୁଥିବା ପ୍ରଶଂସା ଏବଂ ବରିଷ୍ଠ କ୍ରିକେଟରଙ୍କ ଭରସା ଉପରେ ନିଜର ପ୍ରତିକ୍ରିୟା ରଖି ପାଣ୍ଡ୍ୟା କହିଛନ୍ତି ଯେ, କେହି ଯଦି ମୋତେ ଏତେ ପ୍ରଶଂସା କରୁଛନ୍ତି ଏବଂ ଟି-୨୦ର ସ୍ଥାୟୀ ଅଧିନାୟକ ହେବା ଉଚିତ ବୋଲି କହୁଛନ୍ତି, ତେବେ ଏହା ଭଲ କଥା। ହେଲେ ଅଧିକାରୀକ ଘୋଷଣା ନହେବା ପର୍ଯ୍ୟନ୍ତ କିଛି କହି ହେବ ନାହିଁ। ସତ କହିବାକୁ ଗଲେ ଯଦି ମୁଁ ଗୋଟିଏ ମ୍ୟାଚ୍ କିମ୍ବା ଗୋଟିଏ ସିରିଜର ଅଧିନାୟକ ହୁଏ, ତେବେ ମୁଁ ଦଳକୁ ମୋ ହିସାବରେ ଆଗକୁ ନେବି। ମୁଁ ସବୁବେଳେ ବାହାରକୁ ଯାଇ ଯେଉଁ ବ୍ରାଣ୍ଡର କ୍ରିକେଟ ଶିଖିଛି, ସେଭଳି ହିଁ ଖେଳିବି।

Show More

Related Articles

Back to top button