ଓଡ଼ିଶାରାଜନୀତି

ପଦ୍ମପୁର ଉପନିର୍ବାଚନ:ଜିଲ୍ଲା ପ୍ରଶାସନ ପକ୍ଷରୁ ୧୬ଜଣ ଜିଆରଏସଙ୍କୁ ବଦଳି

ଗତ ୪ଦିନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଏକ ଦାବି କରିଥିଲା । ଏହି ଦାବି ହେଉଛି ପଦ୍ମପୁର ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନମଣ୍ଡଳୀର କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ତୁରନ୍ତ ବଦଳି କରିବା । ତେବେ ଏହି ଦାବି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୬ଜଣ ଜିଆରଏସଙ୍କୁ ବଦଳି କରାଯାଇଛି

ସେହିପରି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନର ଅଭିଯୋଗ ବିଜେପି କରିବା ପରେ ଆଜି ମଧ୍ୟ ଜଣେ ପ୍ରିନ୍ସିପାଲ ଓ ୨ଜଣ ଅଧ୍ୟାପକଙ୍କୁ ନିଲମ୍ବନ କରାଯାଇଛି।ଆଜି ବରଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ପଦ୍ମପୁର ବ୍ଲକର ୬ଜଣ, ପାଇକମାଳ ବ୍ଲକର ୮ଜଣ ଓ ଝାରବନ୍ଧ ବ୍ଲକର ୨ଜଣ ଜିଆରଏସଙ୍କୁ ବଦଳି କରାଯାଇଛି ।

ଏହି ଜିଆରଏସମାନଙ୍କୁ ଗାଏସିଲେଟ, ଭଟଲି,ସୋହେଲା, ବରଗଡ଼, ବରପାଲି, ଅତାବିରା ଓ ଆମ୍ବାଭୋନା ବ୍ଲକର ବିଭିନ୍ନ ପଂଚାୟତକୁ ବଦଳି ହୋଇଛି।ବଦଳି ହୋଇଥିବା ଅଧିକାଂଶ ଜିଆରଏସଙ୍କ ଘର ପଦ୍ମପୁର ନିର୍ବାଚନମଣ୍ଡଳୀରେ ହୋଇଥିବାବେଳେ ସେମାନଙ୍କୁ ତୁରନ୍ତ ରିଲିଭ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Show More

Related Articles

Back to top button