Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଯୁଦ୍ଧ ଭିତରେ 25 ବନ୍ଧକଙ୍କୁ ମୁକ୍ତ କଲା ହମାସ

ତେଲଅଭିବ-ଦୀର୍ଘ 49 ଦିନ ଧରି ଇସ୍ରାଏଲ-ହମାସ ମଧ୍ୟରେ ଲାଗିରହିଥିବା ଯୁଦ୍ଧରେ ଶୁକ୍ରବାର ଯୁଦ୍ଧ ବିରାମ ଲାଗୁ ହେବା ପରେ ହମାସ ପ୍ରଥମ ଥର 25ଜଣ ବନ୍ଧକଙ୍କୁ ମୁକ୍ତ କରିଛି । ଏମାନଙ୍କ ମଧ୍ୟରେ 13ଜଣ ଇସ୍ରାଏଲ ଓ 12ଜଣ ଥାଇଲାଣ୍ଡ ନାଗରିକ ଅଛନ୍ତି ।

ସୂଚନା ଯୋଗ୍ୟ ସର୍ତ୍ତ ଆଧାରରେ ଦୁଇଦେଶ 4ଦିନ ଯୁଦ୍ଧ ରୋକିବା ପାଇଁ ସହମତ ହୋଇଛନ୍ତି । ଏହି ବୁଝାମଣା ଆଧାରରେ ଇସ୍ରାଏଲ ମଧ୍ୟ ବନ୍ଦ ଥିବା ପାଲେଷ୍ଟାଇନ ନାଗରିକଙ୍କୁ ଛାଡିବ ।
ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ 12ଜଣ ବନ୍ଧକ ମୁକ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି । ଅକ୍ଟୋବର 7 ତାରିଖରେ ଇସ୍ରାଏଲ ଉପରେ ହମାସ ଆକ୍ରମଣରେ ଅପହୃତ ହୋଇଥିବା 12ଜଣ ଥାଇଲାଣ୍ଡ ନାଗରିକଙ୍କୁ ଯୁଦ୍ଧବିରତିରେ ମୁକ୍ତ କରାଯାଇଛି । ଦୂତାବାସର ଅଧିକାରୀ ଶୀଘ୍ର ଏହି ବନ୍ଧକଙ୍କ ନିକଟରେ ପହଞ୍ଚିବେ । ଖୁବ ଶୀଘ୍ର ମୁକ୍ତ ହୋଇଥିବା ବନ୍ଧକ ଓ ସେମାନଙ୍କର ନାମକୁ ସାର୍ବଜନୀନ କରାଯିବ ।

Show More

Related Articles

Back to top button