Breaking PLUSଓଡ଼ିଶାମୁଖ୍ୟ ଖବର

ଜିଏସଟି ପୈଠକୁ ନେଇ କେନ୍ଦ୍ର ରାଜ୍ୟ ମୁହାଁମୁହିଁ

୪୧ତମ ଜିଏସଟି ପରିଷଦ ବୈଠକରେ ରାଜ୍ୟମାନଙ୍କୁ କ୍ଷତିପୂରଣ ଦେବା ପ୍ରସଙ୍ଗରେ ଏଭଳି ପରିସ୍ଥିତି ଦେଖାଦେଇଛି।

ନୂଆଦିଲ୍ଲୀ : ଜିଏସଟି ପୈଠକୁ ନେଇ କେନ୍ଦ୍ର ରାଜ୍ୟ ମୁହାଁମୁହିଁ। ୪୧ତମ ଜିଏସଟି ପରିଷଦ ବୈଠକରେ ରାଜ୍ୟମାନଙ୍କୁ କ୍ଷତିପୂରଣ ଦେବା ପ୍ରସଙ୍ଗରେ ଏଭଳି ପରିସ୍ଥିତି ଦେଖାଦେଇଛି। ସୂଚନା ଅନୁସାରେ, ଜିଏସଟି ଆଇନ ଅନୁସାରେ ୨୦୨୨ ସୁଦ୍ଧା ରାଜ୍ୟମାନଙ୍କ ରାଜସ୍ୱ ନିଅଣ୍ଟର ଭରଣା କରିବେ କେନ୍ଦ୍ର ସରକାର। ତେବେ କେବଳ ଜିଏସଟି ଲାଗୁ ଯୋଗୁଁ ହେଉଥିବା କ୍ଷତିର ଭରଣା କେନ୍ଦ୍ର କରିବ, ଜିଏସଟି ସଂଗ୍ରହ କମିଲେ ସେ ନେଇ କେନ୍ଦ୍ର କ୍ଷତିପୂରଣ ଦେବାକୁ ବାଧ୍ୟ ନୁହେଁ । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଜିଏସଟି ହାନୀ ହୋଇଥିବାରୁ ତାହାର କ୍ଷତିପୂରଣ ଦେବାକୁ କେନ୍ଦ୍ର ପଛଘୁଞ୍ଚା ଦେଉଛି । ଯାହାକୁ ନେଇ ବିବାଦ ଦେଖାଦେଇଛି। କେନ୍ଦ୍ର ଅର୍ଥ ସଚିବ ଅଜୟ ଭୁଷଣ ପାଣ୍ଡେ କହିଛନ୍ତି ଯେ ମହାମାରୀ ଯୋଗୁଁ ଚଳିତ ବର୍ଷ ମୋଟ ୨.୩୫ ଲକ୍ଷ କୋଟିର ଜିଏସଟି ନିଅଣ୍ଟ ହେବ। କିନ୍ତୁ ଜିଏସଟି ଲାଗୁ ବାବଦରେ ହେଉଥିବା କ୍ଷତି ପରିମାଣ ୯୭ ହଜାର କୋଟି ରହିବ ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଆୟୋଜନ ହୋଇଥିଲା ।

Show More

Related Articles

Back to top button