Breaking PLUSଓଡ଼ିଶାମୁଖ୍ୟ ଖବର

ହୀରାକୁଦ ଡ୍ୟାମରୁ ୧୬ଟି ଗେଟ ଦେଇ ନିଷ୍କାସିତ ହେଉଛି ବର୍ଷା ଜଳ

ଛତିଶଗଡ଼ରେ ପ୍ରବଳ ବର୍ଷା ହେବା କାରଣରୁ ହୀରାକୁଦ ଡ୍ୟାମରେ ଜଳର ପରିମାଣ ବଢିବାରେ ଲାଗିଛି । ଆଜି ଅପରାହ୍ନରେ ହୀରାକୁଦ ଡ୍ୟାମରେ ଯେତିକି ପରିମାଣର ଜଳ ପ୍ରବେଶ କରୁଛି, ତାହାର ଅଧା ପରିମାଣର ଜଳକୁ ନିଷ୍କାସନ କରାଯାଉଛି ।

ସମ୍ୱଲପୁର: ଛତିଶଗଡ଼ରେ ପ୍ରବଳ ବର୍ଷା ହେବା କାରଣରୁ ହୀରାକୁଦ ଡ୍ୟାମରେ ଜଳର ପରିମାଣ ବଢିବାରେ ଲାଗିଛି । ଆଜି ଅପରାହ୍ନରେ ହୀରାକୁଦ ଡ୍ୟାମରେ ଯେତିକି ପରିମାଣର ଜଳ ପ୍ରବେଶ କରୁଛି, ତାହାର ଅଧା ପରିମାଣର ଜଳକୁ ନିଷ୍କାସନ କରାଯାଉଛି । ହୀରାକୁଦ ଡ୍ୟାମ୍‌କୁ ସେକେଣ୍ଡ ପିଛା ୫ ଲକ୍ଷ ୨୪ ହଜାର କ୍ୟୁସେକ୍‌ ଜଳ ପବେଶ କରୁଥିବା ବେଳେ ଡ୍ୟାମ୍‌ରୁ ୨ ଲକ୍ଷ ୪୮ ହଜାର କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଛି। ହୀରାକୁଦ ଡ୍ୟାମରୁ ୧୬ଟି ଗେଟ ଦେଇ ବର୍ଷାଜଳ ପ୍ରଭାବିତ କରାଯାଉଛି। ଅନ୍ୟପଟେ, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ଷା ଯୋଗୁଁ ବିଗତ ୩ ଦିନ ହେବ ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି । ଏହି କାରଣରୁ ମହାନଦୀରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପୁଜିଛି।

Show More

Related Articles

Back to top button