Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ ପରିସ୍ଥିତି ସଙ୍ଗୀନ; ୩୮୬ ନୂଆ ପଜିଟିଭ୍ ଚିହ୍ନଟ

ଆଜି ରାଜଧାନୀରୁ ୩୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮୩ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨୦୩ ସ୍ଥାନୀୟ ସଂକ୍ରମିତ।

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମଣ। ଆଜି ରାଜଧାନୀରୁ ୩୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮୩ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨୦୩ ସ୍ଥାନୀୟ ସଂକ୍ରମିତ। ରାଜଧାନୀରେ ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୬୪୭ରେ ପହଞ୍ଚିଛି। ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୮୬୪୭ଟି ପଜିଟିଭ୍ ଚିହ୍ନଟ ସାମ୍ନାକୁ ଆସିଥିବାବେଳେ, ୫,୧୨୪ଜଣ ଆରୋଗ୍ୟ ଲାଭ କରିଛନ୍ତି। ତେବେ ସେହିପରି ୩୬ଜଣ ପ୍ରାଣ ହରାଇଥିବା ବେଳେ ୩୪୭୮ଟି ସକ୍ରିୟ କେସ୍ ରହିଛି। ଏନେଇ ବିଏମସି ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି।

Show More

Related Articles

Back to top button