ଦେଶ ବିଦେଶବାଣିଜ୍ୟ

ସରକାରୀ ବ୍ୟାଙ୍କର କର୍ମଚାରୀଙ୍କ ନିଧନ ହେଲେ ପରିବାରକୁ ମିଳିବ ୩୦% ଅଧିକ ପେନସନ୍‌: ଅର୍ଥମନ୍ତ୍ରୀ ସୀତାରମଣ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଥିବା ବ୍ୟାଙ୍କଗୁଡ଼ିକର ମୁଖ୍ୟମାନଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସମୟରେ ବ୍ୟାଙ୍କ ଦ୍ବାରା ଆର୍ଥିକ ପ୍ରଦର୍ଶନର ମଧ୍ୟ ସେ ସମୀକ୍ଷା କରିଛନ୍ତି। ଏହାସହ କରୋନା ମହାମାରୀ ସମୟରେ ଆର୍ଥିକ ଅଭିବୃଦ୍ଧି ହାର କମିଥିବା ବେଳେ ଏଥିରୁ ଆଗକୁ ବଢ଼ିବା ପାଇଁ ବ୍ୟାଙ୍କ ନେଉଥିବା ପଦକ୍ଷେପ ଉପରେ ମଧ୍ୟ ଅର୍ଥମନ୍ତ୍ରୀ ସମୀକ୍ଷା କରିଥିବା ଜଣାପଡ଼ିଛି।

୨୦୨୦ର କରୋନା ସଙ୍କଟ ପରେ ଅର୍ଥମନ୍ତ୍ରୀ ସୀତାରମଣ ପ୍ରଥମ ଥର ମୁମ୍ବାଇ ଗସ୍ତ କରିବା ସହ ବ୍ୟାଙ୍କ ପ୍ରମୁଖଙ୍କୁ ଭେଟିଛନ୍ତି। ବୁଧବାର ଏକ ସମ୍ବାଦିକ ସମ୍ମଳନୀରେ ସେ କହିଛନ୍ତ, ମିଳିତ ଭାବେ ସମସ୍ତ ସରକାରୀ ବ୍ୟାଙ୍କ ବହୁତ ଭଲ କାମ କରୁଛନ୍ତି। ଏହି ସମୟରେ ସେ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ସରକାରୀ ବ୍ୟାଙ୍କର କର୍ମଚାରୀଙ୍କ ନିଧନ ହେଲେ ପରିବାରକୁ ମିଳୁଥିବା ଶେଷ ଟେକ ହୋମ୍‌ ସାଲାରି ୩୦ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର। ସେ ଆହୁରି ମଧ୍ୟ କହିଛନ୍ତି…

-ଫାଇନାନ୍ସିଆଲ୍‌ ଟେକନୋଲୋଜି ସେକ୍ଟରକୁ ମଧ୍ୟ ବ୍ୟାଙ୍କିଙ୍ଗ ସପୋର୍ଟ ଦରକାର।

– ଦ୍ରୁତ ଗତିରେ ବଢ଼ୁଥିବା କୌଣସି ସେକ୍ଟରକୁ ମଧ୍ୟ ବ୍ୟାଙ୍କିଙ୍ଗ ସେକ୍ଟରର ଆବଶ୍ୟକତା ରହିଛି।

– ଉଦ୍ୟୋଗ ଜଗତର ପ୍ରମୁଖମାନଙ୍କ ସହ ମଙ୍ଗଳବାର ରୁଦ୍ଧଦ୍ବାର କୈଠକ କରିଛି।

– ଚଳିତବର୍ଷ ଦେଶର ପ୍ରତି ଜିଲ୍ଲାର ଲୋକଙ୍କୁ ଋଣ ସୁବିଧା ଦିଆଯିବ।

ଅନ୍ୟପଟେ ରାଜସ୍ବ ସଚିବ ତରୁଣ ବଜାଜ କହିଛନ୍ତି, ବ୍ୟାଙ୍କ କର୍ମଚାରୀଙ୍କ ପେନସନ୍‌ ପେ ଆଉଟ୍‌ ସୀମା ୯୨୮୪ ଟଙ୍କାରୁ ବଢ଼ାଇ ୩୦,୦୦୦ରୁ ୩୫ ହଜାର ଟଙ୍କା ଦିଆଯାଇପାରେ। ଏହାସହ ଏନପିଏସ୍‌ ଜରିଆରେ କର୍ମଚାରୀଙ୍କ ପେନସନ୍‌ରେ ସରକାରୀ ବ୍ୟାଙ୍କର ଯୋଗଦାନକୁ ୧୦ ପ୍ରତିଶତରୁ ବଢ଼ାଇ ୧୪ ପ୍ରତିଶତ କରିଦିଆଯାଇଛି ବୋଲି ସେ କହିଛନ୍ତି।

Show More

Related Articles

Back to top button