ଦେଶ ବିଦେଶମୁଖ୍ୟ ଖବର

କଟକଣା ନରହିଲେ ସଂକ୍ରମଣ ପୁଣି ବଢିଯିବ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଆଇଆଇଟି କାନପୁର ଷ୍ଟଡି ରିପୋର୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଏହା ସ୍ବାଗତଯୋଗ୍ୟ କଥା।

ଆଇଆଇଟି କାନପୁର ରିପୋର୍ଟ କହିଥିଲା ଜୁଲାଇ ୧୫ ସୁଦ୍ଧା ହଜାରେ ତଳକୁ ରାଜ୍ୟର ସଂକ୍ରମଣ ରହିବ କିନ୍ତୁ ବହୁ ବିଳମ୍ବରେ କମିଥିଲା । ତାଙ୍କର ପ୍ରେଡିକସନ ଠିକ୍ ଅଛି କିନ୍ତୁ ତାକୁ ଦେଖି ଆମେ କୋହଳ ହେବା ନାହିଁ। ସର୍ଭିଲାନ୍ସ, ଭ୍ୟାକ୍ସିନକୁ ଗୁରୁତ୍ବ ଦେବା । କୋହଳ ହେଲେ ଅସୁବିଧାରେ ପଡିବା । ସରକାରଙ୍କ କ’ଣ ଦିଗଦର୍ଶନ ରହିବ କହିହେବନି।

ସରକାରଙ୍କ ପାଖରେ ସବୁ ତଥ୍ୟ ରହିଛି । ତାକୁ ଦେଖି କି ସେପ୍ଟେମ୍ବର ଗାଇଡ୍ ଲାଇନରେ ନିଷ୍ପତ୍ତି ନେବେ ସରକାର। ଆଇଆଇଟି କାନପୁର ଷ୍ଟଡି କହୁଛି ବେଶୀ ଢିଲା ହେବାନି କି ବେଶୀ କଟକଣା ନରହୁ । ସବୁ ଜିନିଷ ଚାଲୁରଖିବା କୋଭିଡ଼ କଟକଣାରେ । ବର୍ତ୍ତମାନ ଆମେ ଦ୍ବିତୀୟ ଲହରରେ ଅଛୁ । ନିୟନ୍ତ୍ରଣ ଭିତରେ ଆମେ ଅଛୁ । କଟକଣା ନିୟନ୍ତ୍ରଣ ବାହାରକୁ ଚାଲିଗଲେ ସଂଖ୍ୟା ବଢିଯିବ ।

Show More

Related Articles

Back to top button