Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଦିଆଯିବ ଟିକା, କେନ୍ଦ୍ର ସରକାରଙ୍କ ବଡ ଘୋଷଣା

କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ଭିତରେ ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଟିକା ଦିଆଯିବ । ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ କେନ୍ଦ୍ର ଅନୁରୋଧ କରିଛି । ଏନେଇ ସବୁ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଅନୁରୋଧ କରିଛନ୍ତି ।

ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ସବୁ ରାଜ୍ୟକୁ ଅତିରିକ୍ତ ୨ କୋଟି ଟିକା ଯୋଗାଇ ଦିଆଯାଉଛି । ଯେଉଁ ୨ କୋଟି ଟିକା ଦିଆଯାଉଛି ତାହା ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଦିଆଯାଉ । ସବୁ ସ୍କୁଲ ଶିକ୍ଷକମାନଙ୍କୁ ପ୍ରାତମିକତା ଭିତ୍ତିରେ ଟିକା ଦିଆଯାଉ ବୋଲି ସେ କହିଛନ୍ତି ।

Show More

Related Articles

Back to top button