Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଚାଷୀଙ୍କ ଠାରୁ ପିଆଜ କିଣିବେ ସରକାର

କ୍ୱିଣ୍ଟାଲ ପିଛା 24ଶହ ଟଙ୍କାରେ ପିଆଜ କିଣିବେ ସରକାର

ଦେଶ ଭିତରେ ପିଆଜ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଲାଗି କେନ୍ଦ୍ର ସରକାର ରପ୍ତାନୀ ଉପରେ ଳଗାଇଥିବା 40 ପ୍ରତିଶତ ଟିକସକୁ ମହାରାଷ୍ଟ୍ରର ଚାଷୀମାନେ ବିରୋଧ କରି ଆନ୍ଦୋଳନ କରୁଛନ୍ତି । ଦେଶର ସବୁଠୁ ବଡ ପିଆଜ ବଜାର ଲାସାଳଗାଓଁକୁ ସେମାନେ ବନ୍ଦ କରିଛନ୍ତି । ଆନ୍ଦୋଳନକାରୀ ଚାଷୀଙ୍କୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଗୋୟଲ କହିଛନ୍ତି ଯେ, ଉଭୟ ଚାଷୀ ଓ ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରପ୍ତାନୀ କଟକଣା ଳଗାଯାଇଛି । ରପ୍ତାନୀ ପାଇଁ ଚାଷୀମାନଙ୍କ ଆୟ ପ୍ରଭାବିତ ହେବ ବୋଲି ଯେଉଁ ଆାଙ୍କା ପ୍ରକାଶ ପାଇଛି ତାହା ଠିକ୍ ନୁହେଁ । କେନ୍ଦ୍ର ସରକାର 2 ଲକ୍ଷ ଟନ୍ ପିଆଜ କିଣିବେ । ମହାରାଷ୍ଟ୍ରର ଲାସଲଗାଓଁ, ପିମ୍ଫଳଗାଓଁ ଓ ଅହମ୍ମଦନଦଗର ଏବଂ ମଧ୍ୟପ୍ରଦେଶର ସାହପୁରରୁ ପିଆଜ କିଣାଯିବ । ଏନସିସିଏଫ ଓ ନାଫେଡ୍ ପିଆଜ ସଂଗ୍ରହ କରିବେ । ଚାଷୀମାନଙ୍କ ଠାରୁ କ୍ୱିଣ୍ଟାଲ ପିଛା 24ଶହ ଟଙ୍କାରେ ପିଆଜ କିଣାଯିବ । କୌଣସି ଚାଷୀ ତରବର ନହୋଇ ପିଆଜ ବିକନ୍ତୁ ନାହିଁ ବୋଲି ସରକାର କହିଛନ୍ତି ।

Show More

Related Articles

Back to top button