Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ବିପଦ

ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ତରେ ପ୍ରକୃତିର ତାଣ୍ଡବ

() ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିପର୍ଯ୍ୟୟ ରଚୁଛି ପ୍ରକୃତି । ଏହି ପାହାଡିଆ ଅଞ୍ଚଳରେ ପ୍ରତିଦିନ ଘଟୁଛି ଭୂସ୍ଖଳନ । ଏଥରର ପ୍ରବଳ ବର୍ଷା ଓ ବନ୍ୟାରେ ଏଠାରେ ବ୍ୟାପକ କ୍ଷତି ଘଟିଛି। କେବଳ ଶିମଲାରେ ପ୍ରାୟ ୩୦୦ ଲୋକଙ୍କର ମୃତ୍ୟୁ ହେବା ସହ ୧୦ ହଜାର ଘରେ ଫାଟ ସୃଷ୍ଟି ହୋଇଛି।

ଗତ ସପ୍ତାହରେ ଶିମଲାରେ ବନ୍ୟା ଓ ଭୂସ୍ଖଳନ ଘଟି ଏକ ଶିବ ମନ୍ଦିର ଏବଂ ଅନେକ ଘର ଧୋଇଯାଇଥିଲା। ଚଳିତ ମୌସୁମୀରେ ଶିମଳାରେ ମୃତ୍ୟୁସଂଖ୍ୟା ସର୍ବାଧିକ। ଏହା ପରେ ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟି ହୋଇଛି। ୭ଟି ପାହାଡ ଉପରେ ଅବସ୍ଥିତ ଶିମଳା ଏକଦା ୨୫,୦୦୦ ଲୋକଙ୍କ ପାଇଁ ନିର୍ମିତ ହୋଇଥିଲା କିନ୍ତୁ ଆଜି ସେଠାରେ ୨.୫ ଲକ୍ଷରୁ ଅଧିକ ଲୋକ ବାସ କରୁଛନ୍ତି। ଏହା ଭୂବିଜ୍ଞାନର ଉଲ୍ଲଂଘନ। ଶିମଳା ଉଚ୍ଚ ତୀବ୍ରତା ବିଶିଷ୍ଟ ଭୂକମ୍ପ ଜୋନ୍ ଭିତରେ ଆସୁଛି।

ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ଭୂସ୍ଖଳନ ପରିସ୍ଥିତି ଉପୁଜିଛି । ଅନେକ ସ୍ଥାନରେ ଧନଜୀବନ ମାଟି ତଳେ ପୋତି ହୋଇଯାଉଛି । ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ରାସ୍ତା ଧୋଇହୋଇଯାଉଛି । ବିଭିନ୍ନ ସ୍ଥାନରେ ବନ୍ଦ ରହିଛି ରାସ୍ତା ।

Show More

Related Articles

Back to top button