ଓଡ଼ିଶାସ୍ୱତନ୍ତ୍ର

ଓଡିଶାବାସୀଙ୍କ ପାଇଁ ଖୁସିଖବର,ଏଣିକି ୩ଟି ଜିଲ୍ଲାରେ ଖୋଲିବ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର

ଓଡିଶାବାସୀଙ୍କ ପାଇଁ ଖୁସିଖବର । ଖୁବଶୀଘ୍ର ୩ଟି ଜିଲ୍ଲାରେ ଖୋଲିବ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅଶୋକ ଲେଲ୍ୟାଣ୍ଡ ସହିତ ବୁଝାମଣା ସ୍ୱାକ୍ଷର । ଏହାଦ୍ୱାରା ପ୍ରତିମାସରେ ଟ୍ରେନିଂ ନେବେ ରାଜ୍ୟର ୪୨୪ ଜଣ ଚାଳକ ।

ରାଜ୍ୟ ସରକାର ଏହି ପଦକ୍ଷେପ ନେବାର ଉଦ୍ଧେଶ୍ୟ ହେଉଛି ସୁରକ୍ଷିତ ସଡ଼କ ପାଇଁ ଦକ୍ଷ ଗାଡ଼ି ଚାଳକଙ୍କର ଆବଶ୍ୟକତା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବ୍ରହ୍ମପୁର, ସୁନ୍ଦରଗଡ଼ର ବଣାଇ ଓ କେନ୍ଦୁଝରରେ ଗୋଟିଏ ଲେଖାଏଁ ଆଇଡିଟିଆର ସ୍ଥାପନ କରାଯିବ । ଏହି ଅନୁଷ୍ଠାନଗୁଡ଼ିକର ବିକାଶ, ପରିଚାଳନା ଓ ପ୍ରଶିକ୍ଷଣ ପାଇଁ କମ୍ପାନୀ କାର୍ଯ୍ୟ କରିବ ।

ଗତ ୨୦୧୩ରେ ଯାଜପୁର ଜିଲ୍ଲା ଛତିଆଠାରେ ଏକ ଭାରି ଯାନ (ଏଚଏମଭି) ଡ୍ରାଇଭିଂ ଟ୍ରେନିଂ ସେଣ୍ଟର କାର୍ଯ୍ୟକାରୀ ହୋଇଥିଲା । ଉକ୍ତ ଅନୁଷ୍ଠାନର ଦାୟିତ୍ୱ ଅଶୋକ ଲେଲ୍ୟାଣ୍ଡ ଉପରେ ନ୍ୟସ୍ତ କରାଯାଇଛି । ରାଜ୍ୟର ଖଣି ଓ ବାଣିଜ୍ୟିକ ଅଞ୍ଚଳରେ ଦକ୍ଷ ଗାଡ଼ି ଚାଳକଙ୍କ ଅଭାବ ପୂରଣ ନେଇ ଆଉ ୩ଟି ନୂଆ ଆଇଡିଟିଆର ସ୍ଥାପନ କରାଯିବ ।

ଏନେଇ ପରିବହନ କମିସନର ସୂଚନା ଦେଇ କହିଛନ୍ତି ଯେ, ଏପରି କରିବା ଦ୍ୱାରା ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହାର ହ୍ରାସ ପାଇବ । ବ୍ରହ୍ମପୁରରେ ୧୪୦ ଜଣ, କେନ୍ଦୁଝରରେ ୧୩୪ ଜଣ ଓ ସୁନ୍ଦରଗଡ଼ରେ ପ୍ରତି ମାସରେ ୧୫୦ ଜଣ ଯୁବକ, ଯୁବତୀ ଟ୍ରେନିଂ ନେବେ । ମାସିକିଆ ପାଠ୍ୟକ୍ରମରେ ସେମାନଙ୍କୁ ଉତ୍ତମ ସଡ଼କ ଆଚରଣ ଓ କୌଶଳ ଉପରେ ଟ୍ରେନିଂ ଦିଆଯିବ । ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷାର୍ଥୀଙ୍କୁ ମାଗଣାରେ ଟ୍ରେନିଂ, ହଷ୍ଟେଲରେ ରହିବା, ଖାଦ୍ୟ ବ୍ୟବସ୍ଥା, ଡ୍ରାଇଭିଂ ଲାଇସେନ୍ସ ପ୍ରଦାନର ବ୍ୟବସ୍ଥା କରାଯିବ ।

Show More

Related Articles

Back to top button