ଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଚାଷୀ ଙ୍କ ପାଇଁ ଖୁସି ଖବର,ଆକାଉଣ୍ଟ୍ ରେ ଜମା ହେବାକୁ ଯାଉଛି ପିଏମ କିଷାନର ଦ୍ୱାଦଶ କିସ୍ତି

ଚାଷୀ ଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଆକାଉଣ୍ଟ୍ ରେ ଜମା ହେବାକୁ ଯାଉଛି ପିଏମ କିଷାନ ଯୋଜନା ର ଦ୍ୱାଦଶ କିସ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଜଣାଇଛନ୍ତି । ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଉଚ୍ଚକୋଟୀର ଯୋଜନା ଅଟେ । ସରକାରଙ୍କ ଏହି ଯୋଜନା ଅନ୍ତର୍ଗତ ବର୍ତ୍ତମାନ ଯାଏଁ କୃଷକଙ୍କ ଆକାଉଣ୍ଟକୁ ୧୧ ଟି କିସ୍ତି ଯାଇ ସାରିଛି । ତେବେ କୃଷକମାନଙ୍କ ଆବେଦନ କରିବାର ଶେଷ ତାରିଖ ୩୧ ଜୁଲାଇ ବୋଲି ଅବଗତ କରାଇ ଦିଆ ଯାଇଛି I

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୧ ମେ ସୁଦ୍ଧା ପିଏମ କିଷାନ ଯୋଜନା ର ୧୧ ତମ କିସ୍ତିର ଟଙ୍କା ଦେଇ ସାରିଛନ୍ତି । ଏହା ଦ୍ୱାରା ଦେଶର ପ୍ରାୟ ୨୧ ହଜାର କୋଟି ଟଙ୍କା, ୧୦ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା ଓ ଏହି ଯୋଜନା ଅଧୀନରେ, ପ୍ରଥମ କିସ୍ତି ପ୍ରତ୍ୟେକ ଆର୍ଥିକ ବର୍ଷରେ ୧ ଏପ୍ରିଲରୁ ୩୧ ଜୁଲାଇ ମଧ୍ୟରେ, ଦ୍ୱିତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ବର ମଧ୍ୟରେ ଏବଂ ତୃତୀୟ କିସ୍ତି ୧ ଡିସେମ୍ବରରୁ ୩୧ ମାର୍ଚ୍ଚ ମଧ୍ୟ ରେ ଜମା ହୋଇଥାଏ ଓ ପ୍ରତ୍ୟେକ କିସ୍ତିରେ ଚାରି ମାସର ୨୦୦୦ ହାଜର ଟଙ୍କା ଅର୍ଥାତ ପ୍ରତି ମାସରେ ୫୦୦ ଟଙ୍କା ହିସାବ ରେ ଦିଆ ଯାଇଥାଏ ଓ ଏହିପରି, ପ୍ରତ୍ୟେକ କିସ୍ତିରେ ୨ ,୦୦୦ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସିଥାଏ I

Show More

Related Articles

Back to top button