ସ୍ୱାସ୍ଥ୍ୟ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପାଳଙ୍ଗ ଶାଗର ଆବଶ୍ୟକତା

ପାଳଙ୍ଗ ଶାଗରେ ରହିଛି ଅନେକ ପୋଷକ ତତ୍ୱ, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ

ପାଳଙ୍ଗ ସାଧାରଣତଃ ଏସିଆ ମହାଦେଶରେ ବହୁଳ ଭାବରେ ବ୍ୟବହାର କରାଯାଏ l ଏହା ଗୋଟିଏ ମୂଲ୍ୟବାନ ପାରିବ ବୋଲି ସମସ୍ତେ ମତ ଦିଅନ୍ତି ଓ ପୌଷ୍ଟିକତା ଦୃଷ୍ଟିରୁ ଏହା ଗୋଟିଏ ମହତ୍ୱପୂର୍ଣ୍ଣ ପାରିବ ଭାବରେ ଗ୍ରହଣ କରାଯାଇଥାଏ l ପାଚନ ଶକ୍ତିକୁ ମଝବୁତ କରିବା ସହିତ କୋଷ୍ଠ କାଠିନ୍ୟକୁ ଦୂର କରିଥାଏ l ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଗରମ ଦିନେ ଜ୍ୱର ହେବ ଦ୍ୱାରା ପାଳଙ୍ଗ ସେବନ କଲେ ଲାଭ ମିଳିଥାଏ l ପାଳଙ୍ଗରେ ଆଇରନ ଓ କ୍ୟାଲସିୟମ ପ୍ରଚୁର ମାତ୍ରାରେ ରହିଛି l

ପାଳଙ୍ଗରେ ଭିଟାମିନ-ଏ ,ବି ,ଏଚ ଓ ଭିଟାମିନ-ସି ଅଧିକ ମାତ୍ରାରେ ମିଳିଥାଏ l ଯଦି ଆପଣ କୋଷ୍ଠକାଠିନ୍ୟର ସମ୍ମୁଖୀନ ହେଉଛନ୍ତି ତେବେ ପାଳଙ୍ଗକୁ ସିଝାଇ ପାଣି ସହିତ ତାର ଶାଗକୁ ସେବନ କଲେ ଏହି ସମସ୍ୟା ଦୂର ହେବ l

ଥଥଣ୍ଡା ଓ ନାକରୁ ପାଣି ବୋହିବା ସମୟରେ ପାଳଙ୍ଗ ସୁପ ପିଇବା ଦ୍ୱାରା ଏହା ଲାଭ ଦେଇଥାଏ l ଯଦି ଆପଣଙ୍କର ପରିସ୍ରା ପୋଡା ହେଉଛି ତେବେ ପାଳଙ୍ଗ ସୁପ ସେବନ କଲେ ତାହା ଆରାମ ଦେଇଥାଏ l ଯଦି ଶରୀରର ହାଡ଼ରେ କୌଣସି ଯନ୍ତ୍ରଣା ଥାଏ କିମ୍ବା ହାଡ ଭାଙ୍ଗିଥାଏ ତେବେ ଆପଣ ପାଳଙ୍ଗ ସୁପ ଦିନକୁ ଦୁଇଥର ପିଅନ୍ତୁ l ତାହା ଆପଣଙ୍କୁ ଯନ୍ତ୍ରଣାରୁ ଦୂରେଇବା ସହିତ ହାଡ଼କୁ ଭରପୁର ମାତ୍ରାରେ କ୍ୟାଲସିୟମ ଯୋଗାଇଥାଏ l ଯଦି ଆପଣଙ୍କ ପେଟରେ ଗ୍ୟାସ ହୋଇ ପେଟ ପଡୁଛି ତେବେ ପାଳଙ୍ଗ ଶାଗ ଖାଆନ୍ତୁ l

ପାଳଙ୍ଗ ଶାଗ ସେବନ କଲେ ଏସିଡ଼ିଟି ଦୂର ହୋଇଥାଏ l ଛୋଟ ପିଲାଙ୍କ ପାଇଁ ପାଳଙ୍ଗ ଶାଗ ଖୁବ ଉପଯୋଗୀ l ପାଳଙ୍ଗ ଶାଗ ଖାଇବା ଦ୍ୱାରା ମସ୍ତିସ୍କ ସତେଜ ରହିଥାଏ l ବିଶେଷଜ୍ଞ ମାନଙ୍କ ମତରେ ପାଳଙ୍ଗ ଶାଗ ମସ୍ତିସ୍କକୁ ଆଇରନ ଯୋଗାଇବା ସହିତ ପାଠପଢ଼ାରେ ଆଗ୍ରହ ସୃଷ୍ଟି କରିଥାଏ l

Show More

Related Articles

Back to top button