ଦେଶ ବିଦେଶବାଣିଜ୍ୟ

ରିଲାଏନ୍ସ ରିଟେଲରେ ଆବୁଧାବୀର ୬,୨୪୭କୋଟି ଟଙ୍କା ନିବେଶ

ଯାହାଦ୍ୱାରା ରିଲାଏନ୍ସ ରିଟେଲରେ ଏବେ ମୁବାଦଲ୍ଲାକୁ ୧.୪ ପ୍ରତିଶତ ଭାଗିଦାରୀ ମିଳିଛି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ରିଟେଲ ବ୍ୟବସାୟରେ ଆବୁଧାବୀ ସରକାରୀ ଫଣ୍ଡ ମୁବାଦଲା ଇନଭେଷ୍ଟମେଣ୍ଟ କମ୍ପାନୀ ୬,୨୪୭.୫୦କୋଟି ଟଙ୍କା ନିବେଶ କରିଛି। ଏହି କାରବାର ଅନୁସାରେ ରିଲାଏନ୍ସ ରିଟେଲରେ ଏବେ ମୁବାଦଲ୍ଲାକୁ ୧.୪ ପ୍ରତିଶତ ଭାଗିଦାରୀ ମିଳିଛି। ଏହି ନିବେଶ ୪.୨୯ଲକ୍ଷ କୋଟି ଟଙ୍କାର ପ୍ରି ଇକ୍ୱିଟି ଭାଲ୍ୟୁ ଆଧାରରେ ହୋଇଛି।

ଗତ ୩ ସପ୍ତାହରେ ରିଲାଏନ୍ସ ରିଟେଲରେ ଏହା ପଞ୍ଚମ ବଡ ନିବେଶ ବୋଲି ଜଣାପଡିଛି।ପୂର୍ବରୁ ପ୍ରାଇଭେଟ ଇକ୍ୱିଟି ଫାର୍ମ ସିଲଭର ଲେକ୍ ପାର୍ଟନର୍ସ ରିଟେଲ ୟୁନିଟରେ ୧,୮୭୫ କୋଟି ଟଙ୍କା ନିବେଶ କରିବେ ବୋଲି କୁହାଯାଉଥିଲା। ଏହି ନିବେଶ ସହ ରିଲାଏନ୍ସରେ ସିଲଭର ଲେକର ମୋଟ ନିବେଶ ୯,୩୭୫ କୋଟି ଟଙ୍କାରେ ପହଞ୍ଚିଛି। ରିଲାଏନ୍ସ ରିଟେଲ ଭେଞ୍ଚର୍ସ (ଆରଆରଭିଏଲ)ରେ ସିଲଭର ଲେକ୍‌ର ମୋଟ ଭାଗିଦାରୀ ୨.୧୩ ପ୍ରତିଶତରେ ପହଞ୍ଚିଛି।ରିଲାଏନ୍ସ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜରେ କରିଥିବା ଫାଇଲିଂରେ ରିଲାଏନ୍ସ ରିଟେଲର ପ୍ରି ମନି ଇକ୍ୱିଟି ଭାଲ୍ୟୁ ପାଖାପାଖି ୪.୨୮୫ ଲକ୍ଷ କୋଟି ଟଙ୍କା ଦର୍ଶାଯାଇଛି। ଗତ କିଛି ସପ୍ତାହରେ ରିଲାଏନ୍ସ ରିଟେଲ ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି। ଏହି ସମୟ ମଧ୍ୟରେ କମ୍ପାନୀ ୧୯ ହଜାର କୋଟି ଟଙ୍କାରୁ ମଧ୍ୟ ଅଧିକ ଟଙ୍କା ଜୁଟାଇ ପାରିଛି। ଏଥିରେ ସିଲଭର ଲେକ୍ ପାର୍ଟନର୍ସଙ୍କ ସମେତ ଆମେରିକୀୟ ଫାର୍ମ କେକେଆର ଏଣ୍ଡ କୋ ଆଦି କମ୍ପାନୀମାନେ ନିବେଶ କରିଛନ୍ତି।

Show More

Related Articles

Back to top button