ଓଡ଼ିଶାବାଣିଜ୍ୟମୁଖ୍ୟ ଖବର

ଚଳିତ ଅକ୍ଟୋବର ମାସରେ ୧୪ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ ସେବା

ଲଗାତାର ଭାବେ ନୁହେଁ ବରଂ ପର୍ଯ୍ୟାୟକ୍ରମେ ଭିନ୍ନ ଭିନ୍ନ ଦିନରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ

ଅକ୍ଟୋବର ମାସରେ ସମଗ୍ର ଦେଶରେ ଧୁମଧାମରେ ପାଳିତ ହେଉଥିବା ଦୁର୍ଗାପୂଜା ପଡିଥାଏ । ବର୍ତ୍ତମାନ କରୋନା କଟକଣା ଲାଗି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ୍ ରହିଥିବା ବେଳେ କିଛି ସରକାରୀ କାର୍ଯ୍ୟାଳୟ ମଧ୍ୟ ଛୁଟି ରହିବ।

ସର୍ବଭାରତୀୟ ସ୍ତରରେ ଅକ୍ଟୋବର ମାସରେ ବ୍ୟାଙ୍କଗୁଡ଼ିକ ପ୍ରାୟ ୧୪ ଦିନ ବନ୍ଦ ରହିବ। ଲଗାତାର ଭାବେ ନୁହେଁ ବରଂ ପର୍ଯ୍ୟାୟକ୍ରମେ ଭିନ୍ନ ଭିନ୍ନ ଦିନରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ‌ତେବେ ଓଡ଼ିଶାରେ ମଧ୍ୟ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ ନା ନାହିଁ ତାହା ନିଶ୍ଚିତ ନୁହେଁ। କାରଣ କିଛି ଛୁଟି ବିଭିନ୍ନ ରାଜ୍ୟ କର୍ତ୍ତୃପକ୍ଷଙ୍କ ଅନୁମତି ଉପରେ ନିର୍ଭର କରୁଛି। ଅକ୍ଟୋବରରେ ପ୍ରତି ରବିବାର ବ୍ୟତୀତ ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ଗାଇଡ୍‌ଲାଇନ୍ ଅନୁସାରେ ସମସ୍ତ ସରକାରୀ ଛୁଟିଦିନରେ ବ୍ୟାଙ୍କ ବନ୍ଦ ରହିବ। ମାତ୍ର କିଛି ଛୁଟି ଆଞ୍ଚଳିକ ଭାବେ ପାଳନ କରାଯିବ। ସେହି ଛୁଟିଗୁଡ଼ିକ କିଛି ରାଜ୍ୟ ଭିତରେ ସୀମିତ ରହିବ। ଆଞ୍ଚଳିକ ଛୁଟିଗୁଡ଼ିକର ନିଷ୍ପତ୍ତି ରାଜ୍ୟ ସରକାର ଗ୍ରହଣ କରିବେ।

Show More

Related Articles

Back to top button