ସ୍ୱାସ୍ଥ୍ୟ

ଭେଣ୍ଡିର ସ୍ୱାସ୍ଥ୍ୟକର ଗୁଣ

ଆସନ୍ତୁ ପଢିବା ସମ୍ପୂର୍ଣ ଖବରରେ-

ଭାରତ ଓ ପୂର୍ବ ଏସିଆର ଦେଶ ଗୁଡିକରେ ଭେଣ୍ଡିକୁ ଅଧିକ ପରିମାଣରେ ଲୋକମାନେ ଖାଇଥାନ୍ତି l ଭେଣ୍ଡି ଗୋଟିଏ ଏପରି ପାରିବl ଯେଉଁଥିରେ କ୍ଷାର ଅଂଶ ରହିଥାଏ l ଭେଣ୍ଡିରେ ମିଳୁଥିବା ଜିଲେଟିନ ଏସିଡ଼ିଟି ଓ ପାଚନ ସମସ୍ୟା ପାଇଁ ଖୁବ ଲାଭଦାୟକ ଅଟେ l ଭେଣ୍ଡିରେ ଫୋଲିକ ଏସିଡ ,ଭିଟାମିନ-ବି ,ଭିଟାମିନ-ସି ,ଭିଟାମିନ-ଏ ,ଭିଟାମିନ-କେ ,କ୍ୟାଲସିୟମ ,ଫାଇବର ,ପୋଟାସିୟମ ଓ ଆଣ୍ଟିଆକ୍ସିଡେଣ୍ଟ ପ୍ରଭୃତି ମହତ୍ୱ ପୂର୍ଣ୍ଣ ତତ୍ୱ ରହିଥାଏ l ଏହା ସହିତ ଫାଇବର ମଧ୍ୟ ଅଧିକ ପରିମାଣରେ ରହିଥିବା ହେତୁ ପାଚନ ତନ୍ତ୍ରକୁ ସୁଦୃଢ କରିଥାଏ l ଭେଣ୍ଡି ଆମ ଶରୀରର ମେଟାବଲିଯିମ ଓ ମାଂସପେଶୀକୁ ମଝବୁତ କରିବାରେ ସାହାଯ୍ୟ କରିଥାଏ l

* ଭେଣ୍ଡିରେ ଭିଟାମିନ-ଏ ,ବି ,ସି ,ପ୍ରୋଟିନ ଓ ଖଣିଜ ତତ୍ୱ ଭଲ ପରିମାଣରେ ରହିଥିବା ହେତୁ ଗ୍ୟାଷ୍ଟିକ ଓ ଅଲସର ସମସ୍ୟା ପାଇଁ ଲାଭ ଦାୟକ l

* ଭେଣ୍ଡିକୁ ନିୟମିତ ସେବନ କରିବା ଦ୍ୱାରା ଛାତିପୋଡା ସମସ୍ୟା ଦୂର ହୋଇଥାଏ l

* ଭେଣ୍ଡିରେ କାଢା ପ୍ରସ୍ତୁତ କରି ସେବନ କରିବା ଦ୍ୱାରା ମୂତ୍ର ସମ୍ବଧୀୟ ସମସ୍ୟା ,ମୂତ୍ର କୄଛ ଓ ଲ୍ୟୁକୋରିୟାରୁ ଆରାମ ମିଳିଥାଏ l

* ଭେଣ୍ଡିରୁ ମିଳିଥିବା ଭିଟାମିନ-ବି ଗର୍ଭବତୀ ମହିଳାଙ୍କ ପାଇଁ ଖୁବ ଲାଭକାରୀ ,ଏହା ଗର୍ଭକୁ ବଢ଼ିବାରେ ସହାୟକ ହୋଇଥଏ l

* ଭେଣ୍ଡି ମଧୁମେହ ଓ ଶ୍ୱାସ ରୋଗୀଙ୍କ ପାଇଁ ହିତକର l

* ପ୍ରତେକ ଦିନ ବି ହେନ୍ଦି ସେବନ କରିବା ଦ୍ୱାରା କିଡ୍ନୀ ସମ୍ଵଦିତ ସମସ୍ୟା ଦୂର ହୋଇଥାଏ ଓ କିଡ୍ନୀ ସୁସ୍ଥ ରହିଥାଏ l

* ଭେଣ୍ଡି ଖାଇଲେ ହାଡ ମଝବୁତ ହେବ ସହିତ ଶରୀରରେ ରକ୍ତ ହୀନତା ଦୂର ହୋଇଥାଏ l

* ଭେଣ୍ଡି ଆପଣଙ୍କ ଆଖି ଓ କେଶ ପାଇଁ ବହୁତ ଲାଭଦାୟକ ଅଟେ l

* ଭେଣ୍ଡିରେ ଆଣ୍ଟିଆକ୍ସିଡେଣ୍ଟ ଗୁଣ ଭରପୁର ମାତ୍ରାରେ ରହିଥିବା ହେତୁ ମାନସିକ ଦୁଶ୍ଚିନ୍ତାକୁ ଦୁର କରିବାରେ ସାହାଯ୍ୟ କରେ l

* ଭେଣ୍ଡିରେ ମିଳୁଥିବା ଆଣ୍ଟିଆକ୍ସିଡେଣ୍ଟ ଆପଣଙ୍କ ତ୍ୱଚାକୁ ଖରାପ ହେବାରୁ ଦୁରେଇ ରଖିଥାଏ ଓ ଚର୍ମକୁ ସତେଜ ରଖିବାରେ ସାହାଯ୍ୟ କରିଥାଏ l

Show More

Related Articles

Back to top button