ସ୍ୱାସ୍ଥ୍ୟ

ପାଟିକୁ ସ୍ୱାଦିଷ୍ଟ ଲାଗୁଥିବା କାକୁଡିରେ ରହିଛି ସ୍ୱାସ୍ଥ୍ୟକର ଗୁଣ

ଜାଣନ୍ତୁ କଣ ରହିଛି କାକୁଡିରେ-

କାକୁଡି ଗୋଟିଏ ସ୍ୱାଦିଷ୍ଟ ଫଳ ଅଟେ ,ଏହାକୁ ଆମେ ସାଧାରଣତଃ ଗରମ ଦିନରେ ଅଧିକ ଦେଖିବାକୁ ପାଇଥାଉ l କାକୁଡି କୁ କଞ୍ଚା ଖିଆଯାଏ ,ଏଥିରେ ଅନେକ ଗୁଡିଏ ପୋଷାକ ତତ୍ୱ ମଧ୍ୟ ରହିଛି l ଦକ୍ଷିଣ ଭାରତର ଲୋକମାନେ କାକୁଡ଼ିକୁ ତରକାରୀ ଭାବରେ ମଧ୍ୟ ବ୍ୟବହାର କରିଥାନ୍ତି l ସାରା ବିଶ୍ୱରେ ପ୍ରାୟ ସମସ୍ଥ ସ୍ଥାନରେ କାକୁଡ଼ିର ଚାଷ କରାଯାଏ l କାକୁଡ଼ିର ଗଛ ଗୁଡିକ ଲତା ଆକାରରେ ମାଡ଼ିଥାଏ l ଆଗ କାଳରେ କାକୁଡ଼ିକୁ କେବଳ ଗରମ ଦିନରେ ଦେଖିବାକୁ ମିଳୁଥିଲା କିନ୍ତୁ ଆଜିକଲି ଏହା ସବୁ ଋତୁରେ ଦେଖିବାକୁ ମିଳୁଛି l ବିଶେଷଜ୍ଞନ ମାନଙ୍କ ମତରେ ଗରମ ଦିନେ ଚାଷ ହେଉଥିବା କାକୁଡି ଦେହ ପାଇଁ ଅତ୍ୟନ୍ତ ହିତକର l କାକୁଡିରେ ଆଣ୍ଟିଆକ୍ସିଡେଣ୍ଟ ,କେରୋଟିନ, ଭିଟାମିନ-ସି ,ଭିଟାମିନ-ଏ ଇତ୍ୟାଦି ରହିଛି l

ପରିଶ୍ରା ପୋଡାରୁ ଆରାମ ଦିଏ କାକୁଡି : ପରିଶ୍ରା ପୋଡା ଯନ୍ତ୍ରଣା ଅତି କଷ୍ଟ ଦାୟକ ବୋଲି ପ୍ରାୟ ସମସ୍ତେ ଜାଣିଛନ୍ତି l ଏହା ପେଟ ଗରମ ଯୋଗୁ ହୋଇଥାଏ l ପରିଶ୍ରା ପୋଡା କଷ୍ଟ ପାଉଥିବା ବ୍ୟକ୍ତି ମାନେ କାକୁଡିର ରସ ବାହାର କରି ସେଥିରେ କିଛି ଲେମ୍ବୁରସ ,ଜିରାଗୁଣ୍ଡ ଓ ଚିନି ମିଶାଇ ପିଇବା ଦ୍ୱାରା ପରିଶ୍ରା ପୋଡା ଠିକ ହୋଇଥାଏ l

ଏନର୍ଜିରେ ଭରପୁର କାକୁଡି -ଭିଟାମିନ-ଏ ଓ ସି ଯୁକ୍ତ କାକୁଡି ନିଜ ଖାଦ୍ୟରେ ଦିନକୁ ଥରଟିଏ ସାମିଲ କରନ୍ତୁ l ଏହା ଦ୍ୱାରା ଆପଣଙ୍କ ଶରୀରକୁ ଏନର୍ଜି ମିଳିବ l କାକୁଡି ଖାଇବା ଦ୍ୱାରା ରକ୍ତରେ ଖରାପ କୋଲେଷ୍ଟ୍ରଲ ସ୍ତର କମ ହୋଇଥାଏ ଓ ହୃତପିଣ୍ଡ ମଧ୍ୟ ସୁସ୍ଥ ରହିଥାଏ l

ଓଜନ କମାଇବାରେ ସାହାଯ୍ୟ କରେ : ଓଜନ କମାଇବା ପାଇଁ ସବୁଠାରୁ ଜରୁରୀ ହେଲା କମ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ,ଯେଉଁ ଥିରେ କାକୁଡି ଅତ୍ୟନ୍ତ ଆବଶ୍ୟକ l କାକୁଡିରେ ସବୁଠାରୁ କମ କ୍ୟାଲୋରୀ ରହିଥାଏ l ଯଦି ଆପଣ ନିଜର ଓଜନ କମାଇବାକୁ ଚାହୁଁଛନ୍ତି ତେବେ କାକୁଡି ସାଲାଡ଼ ଓ କାକୁଡି ଜୁସ ଖାଦ୍ୟରେ ସାମିଲ କରନ୍ତୁ l

ମୁଖ ଗହ୍ୱରର ଦୁର୍ଗନ୍ଧ ଦୁରକରେ : କିଛି ଲୋକ ଅଛନ୍ତି ଯେତେଥର ଦାନ୍ତ ସଫା କଲେ ମଧ୍ୟ ତାଙ୍କ ମୁଖ ଗହ୍ୱରରୁ ଦୁର୍ଗନ୍ଧ ଆସିଥାଏ l ଜାଣି ରଖନ୍ତୁ ଯେ ଏହି ପ୍ରକାର ଦୁର୍ଗନ୍ଧକୁ ଦୂର କରିବା ପାଇଁ ପାଟି ଭିତରେ ଲେମ୍ବୁରସ ଲଗାଇ ଖଣ୍ଡିଏ କାକୁଡି କାଳରେ ଜାକିରଖାନ୍ତୁ ଏହା ଦ୍ୱାରା ମୁଖ ଗହ୍ୱରର ଦୃର୍ଗନ୍ଧ ଦୂର ହେବ l

ସୁସ୍ଥ ପାଚନ ତନ୍ତ୍ର ପାଇଁ କାକୁଡି : କାକୁଡିରେ ଫାଇବର ଅଧିଆ ମାତ୍ରାରେ ରହିଥାଏ l ନିୟମିତ କାକୁଡ଼ିକୁ ସାଲାଡ଼ ଭାବରେ ଖାଇବା ଦ୍ୱାରା ଆମର ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ l ଯେପରି କି କୋଷ୍ଠକାଠିନ୍ୟ ଓ ଗ୍ୟାସ ସମସ୍ୟା ଇତ୍ୟାଦି l କାରଣ ପେଟ ସଫା ନହେବା ଦ୍ୱାରା ପେଟର ବିଭିନ୍ନ ସମସ୍ୟା ଦେଖା ଦେଇଥାଏ l

Show More

Related Articles

Back to top button