ସ୍ୱାସ୍ଥ୍ୟ

ହାଡ ଗୋଡ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା ପର୍ଯ୍ୟନ୍ତ ସମସ୍ତ ରୋଗ ପାଇଁ ହିତକର ମାଣ୍ଡିଆ ଓ ବାଜରା

ଆଜିକାଲି ପ୍ରାୟ ସମସ୍ତେ ନିଜର ସ୍ୱାସ୍ଥ୍ୟକୁ ନେଇ ସଚେତନ l ଯେଉଁମାନେ ନିଜର ସ୍ୱାସ୍ଥ୍ୟକୁ ନେଇ ସଚେତନ ସେମାନେ ନିଜର ଆହାରରେ ପ୍ରଚୁର ମାତ୍ରାରେ ପୋଷାକ ତତ୍ତ୍ୱଯୁକ୍ତ ଆହାରକୁ ସାମିଲ କରିଥାନ୍ତି

ମାଣ୍ଡିଆ ,ବାଜରା ଓ ପାଣି ସିଙ୍ଗଡ଼ାରେ ପ୍ରସ୍ତୁତ ଅଟାରେ ଅନେକ ପୋଷକତତ୍ୱ ରହିଥାଏ ,ଯାହା ବର୍ତମାନ ପ୍ରାୟ ସମସ୍ତଙ୍କ ରୋଷେଇ ଘରର ଗୋଟିଏ ଅଂଶ ଅଟେ l ଆସନ୍ତୁ ଜାଣିବା l

* ଆଣ୍ଠୁଗଣ୍ଠି ସମସ୍ୟା ଦୂର ହୋଇଥାଏ – ଖାଦ୍ୟ ବିଶେଷଜ୍ଞ ମାନଙ୍କ ମତରେ ,ଆଣ୍ଠୁଗଣ୍ଠି ରୋଗରେ ପୀଡିତ ବ୍ୟକ୍ତିମାନେ ନିଜ ଖାଦ୍ୟରେ ଅଧିକ ପରିମାଣରେ ଶସ୍ୟ ଜାତୀୟ ଖାଦ୍ୟ ପଦାର୍ଥ ସାମିଲ ନକରିବା ଉଚିତ l କିନ୍ତୁ ବାଜରାକୁ ଏଥିରୁ ବାଦ ଦିଆଯାଇଛି l ଏଥିରୁ ଅଧିକ ମାତ୍ରାରେ ପୋଷକତତ୍ୱ ମିଳିଥାଏ ,ଯାହାକି ହାଡ଼ ପାଇଁ ଆବଶ୍ୟକ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର କରିଥାଏ l

* ମାଣ୍ଡିଆ ଓ ବାଜରାରେ ଆଣ୍ଟି ଇମ୍ଫଲାମେଟରି ଗୁଣ ରହିଛି , ଯାହା ଶରୀରର ଫୁଲାକୁ କମାଇବା ସହିତ ହାଡ଼ର ଫୁଲାକୁ ମଧ୍ୟ କମାଇବାରେ ସାହାଯ୍ୟ କରିଥାଏ l ତା ଛଡା ଅର୍ଥାରାଇଟିସ ସମସ୍ୟା ଓ କଷ୍ଟରୁ ମୁକ୍ତି ଦେଇଥାଏ l

* ବାଜରାରେ ଭରପୁର ମାତ୍ରାରେ କ୍ୟାଲସିୟମ ଓ ଫସଫରସ ରହିଛି , ଏହି ଖଣିଜ ତତ୍ୱ ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରିଥାଏ l ଖାଦ୍ୟ ବିଶେଷଜ୍ଞ ଙ୍କ ମତରେ ୧୦୦ ଗ୍ରାମ ବାଜରାରେ ୪୨ ମିଲିଗ୍ରାମ କ୍ୟାଲସିୟମ ଓ ୨୯୬ ଗ୍ରାମ ଫସଫରସ ମିଳିଥାଏ l ଏହାକୁ ନିୟମିତ ଭାବରେ ଖାଦ୍ୟରେ ସାମିଲ କରିବା ଦ୍ୱାରା ହାଡ଼ ମଝବୁତ ହୋଇଥାଏ l ଓଜନ କମାଇବାକୁ ଚାହୁଁଥିଲେ ଗହମର ରୁଟି ନଖାଇ ଓ଼ଟ୍ସ ରେ ପ୍ରସ୍ତୁତ ରୁଟି ଖାଆନ୍ତୁ l

ଦୈନନ୍ଦିନ ଆହାରରେ ବାଜରା ଓ ମାଣ୍ଡିଆକୁ କିଭଳି ଭାବରେ ସାମିଲ କରିବେ –

ଆଜିର ଦୁନିଆରେ ପୃଥିବୀ ସାରା ସବୁ ଲୋକ ପ୍ରିୟ ବ୍ୟଞ୍ଜନରେ ମାଣ୍ଡିଆ ଓ ବଜାରକୁ ବହୁଳ ଭାବରେ ବ୍ୟବହାର କରାଯାଉଛି l ଯେଭଳି ଦଲୀୟା ,ଖେଚୁଡ଼ି ଏବଂ ସାଲାଡ଼ରେ ମାଣ୍ଡିଆ ଓ ବାଜରକୁ ବ୍ୟବହାର କରାଯାଇ ପାରିବ l ମାଡିଆ ଓ ବାଜରର ରୁଟି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପଯୋଗୀ l ମାଣ୍ଡିଆର ରୁଟି ତିଆରି କରିବାକୁ ହେଲେ ମାଣ୍ଡିଆ ଅଟାରେ ନିଜ ପସନ୍ଦର ପନିପରିବା ଛୋଟ ଛୋଟ କରି ମିଶାନ୍ତୁ ଏଥିରେ କିଛି ଅଳ୍ପ ମସଲା ଓ ଲୁଣ ମିଶାନ୍ତୁ ଏହାପରେ ଏଥିରେ ପାଣି ଅଳ୍ପ ଅଳ୍ପ ଢାଳି ଅଟାପରି ଚକଟା ପ୍ରସ୍ତୁତ କରନ୍ତୁ l ତାୱା ଉପରେ ଗରମ ରୁଟି ପ୍ରସ୍ତୁତ କରି ଦହି ଓ ଚଟଣି ସହିତ ସକାଳ ଜଳଖିଆର ମଜା ନିଅନ୍ତୁ l

Show More

Related Articles

Back to top button