ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଇସ୍ତଫା ପରେ ନୂଆ ଦଳ ଗଠନ କରିବେ ଗୁଲାମ

ଜମ୍ମୁ: ଇସ୍ତଫା ଦେବା ପରେ ଖୁବଶୀଘ୍ର ନିଜ ଦଳ ଗଠନ କରିବେ କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ। ୧୪ ଦିନ ମଧ୍ୟରେ ନୂଆ ଦଳ ଗଠନ କରିବେ ଆଜାଦ। ପ୍ରଥମେ ତାଙ୍କର ଏହି ନୂଆ ଦଳ ଜମ୍ମୁ କଶ୍ମୀରରୁ ଅଭିଯାନ ଆରମ୍ଭ କରିବେ। ଏ ସମ୍ପର୍କରେ ତାଙ୍କ ଘନିଷ୍ଠ ସହଯୋଗୀ ଜିଏମ ସାରୋରି ସୂଚନା ଦେଇଛନ୍ତି।ଗତକାଲି ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ବେଳେ ଜମ୍ମୁ କଶ୍ମୀରର କିଛି ନେତା କଂଗ୍ରେସ ସହିତ ସମ୍ପର୍କ ଛିନ୍ନ କରି ତାଙ୍କୁ ସାଥ୍‌ ଦେଇଛନ୍ତି। ତେବେ ବିଜେପି ବିରୋଧରେ ଆଜାଦଙ୍କ ବିଚାରଧାରା ସ୍ପଷ୍ଟ ରହିବ। କୌଣସି ସମୟରେ ବିଜେପି ସହ ହାତ ମିଳାଇବାର ପ୍ରଶ୍ନ ଉଠୁ ନାହିଁ ବୋଲି ସାରୋରି କହିଛନ୍ତି। ସେହିପରି ଆହୁରି ବହୁ କଂଗ୍ରେସ ନେତା ଦଳ ଛାଡ଼ି ଆଜାଦଙ୍କ ସହିତ ସାମିଲ ହେବେ ବୋଲି ସେ କହିଛନ୍ତି। ଆଜାଦ ନୂତନ ପାର୍ଟି ଗଠନ ପୂର୍ବରୁ ତାଙ୍କ ଶୁଭେଚ୍ଛୁମାନଙ୍କ ସହ ବିଚାରବିମର୍ଶ କରିବାକୁ ସେପ୍ଟେମ୍ବର ୪ରେ ଜମ୍ମୁ ଗସ୍ତ କରିବେ। ଶୁକ୍ରବାର ଇସ୍ତଫା ଦେବାର କିଛି ଘଣ୍ଟା ପରେ ଆଜାଦ କହିଥିଲେ ଯେ, ସେ ଖୁବ୍ ଶୀଘ୍ର ଏକ ନୂତନ ପାର୍ଟି ଆରମ୍ଭ କରିବେ। ଜମ୍ମୁ କଶ୍ମୀରରେ ଏହାର ପ୍ରଥମ ୟୁନିଟ୍ ସ୍ଥାପନ ହେବ। ଏକ ଜାତୀୟ ଦଳ ଆରମ୍ଭ କରିବାକୁ ସେ ବର୍ତ୍ତମାନ ପ୍ରସ୍ତୁତ ନୁହନ୍ତି। କିନ୍ତୁ ଜମ୍ମୁ କାଶ୍ମୀରରେ ନିର୍ବାଚନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସେ ସେଠାରେ ଏକ ୟୁନିଟ୍ ଲଞ୍ଚ କରିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ।

 

Show More

Related Articles

Back to top button