ଦେଶ ବିଦେଶରାଜନୀତି

ପ୍ରଧାନମନ୍ତ୍ରୀଙ୍କୁ ଗେହଲୋଟଙ୍କ ନିବେଦନ; ରାଜସ୍ଥାନରେ ‘ତମାଶା’ ବନ୍ଦ କର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ବିଧାୟକଙ୍କୁ କିଣିବାକୁ ରଖିଥିବା ଆଶା ବନ୍ଦ କରନ୍ତୁ।

ନୂଆଦିଲ୍ଲୀ: ରାଜସ୍ଥାନରେ ରାଜନୈତିକ ସଙ୍କଟର ପୂର୍ଣ୍ଣଚ୍ଛେଦ ପଡ଼ିବାର ନାଁ ଧରୁନାହିଁ। ଏଥି ମଧ୍ୟରେ ଅଗଷ୍ଟ ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ। ଏହାକୁ ନେଇ କୌଣସି ପ୍ରକାର ବିପର ସାମ୍ନା କରିବାକୁ ଚାହୁଁନାହାନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ। ଯାହା ପାଇଁ ସେ ନିଜର ସମର୍ଥକ ବିଧାୟକ ମାନଙ୍କୁ ଜୟପୁରରୁ ଜୈସଲମେର ସ୍ଥାନାନ୍ତର କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ବିଧାୟକଙ୍କୁ କିଣିବାକୁ ରଖିଥିବା ଆଶା ବନ୍ଦ କରନ୍ତୁ। ଗଣମାଧ୍ୟମକୁ ସୂଚନା ଦେଇ ଗେହଲୋଟ୍ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନରେ ଚଳାଇଥିବା ‘ତମାଶା’କୁ ବନ୍ଦ କରନ୍ତୁ। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜସ୍ଥାନରେ ସମସ୍ତ ଘଟଣା ଘଟୁଥିବା କଡ଼ା ସମାଲୋଚନା କରିଛନ୍ତି। ବର୍ତ୍ତମାନ ସମୟରେ ରାଜ୍ୟରେ ଘୋଡା ବେପାର ହାର ବୃଦ୍ଧି ପାଇଛି।

ଏହାପୂର୍ବରୁ ଫୋନ୍ ଟ୍ୟାପ୍ କରିବା କଥା ସାମ୍ନାକୁ ଆସିବା ପରେ ମଧ୍ୟ ଗେହଲୋଟ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି କହିଥିଲେ ଯେ, ରାଜ୍ୟରେ ତାଙ୍କ ସରକାରକୁ ଠିକ ଭାବେ ନ ଚଳାଇ ଦେବାକୁ ଉଦ୍ୟମ କରାଯାଉଛି। ସୂଚନାଯୋଗ୍ୟ ଯେ, ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ଏବଂ ତାଙ୍କର ୧୮ ଜଣ ସମର୍ଥକ କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ପରେ ରାଜସ୍ଥାନର ଗେହଲଟ୍ ସରକାର ରାଜନୈତିକ ସଙ୍କଟ ଦେଇ ଗତି କରୁଛି।

Show More

Related Articles

Back to top button