ଦେଶ ବିଦେଶ

ଲିପୁଲେକ୍ ନିକଟରେ ଏକ ହଜାର ଚୀନ ସୈନ୍ୟ

ଲଦାଖ ପରେ ବର୍ତ୍ତମାନ ଲିପୁଲେକ୍ ଉପରେ ଚୀନର ନଜର। ଲଦାଖରୁ ଚୀନ ନିଜର ସେନା ହଟାଇ ଦେବା ପୂର୍ବରୁ କହିସାରିଛିଽ କିନ୍ତୁ, ବର୍ତ୍ତମାନ ଲିପୁଲେକ୍ ନିକଟରେ ଚୀନର ଏକ ହଜାର ସୈନିକ ରହିଥିବା ଖବର ସାମ୍ନାକୁ ଆସିଛି।

ନୂଆଦିଲ୍ଲୀ: ଲଦାଖ ପରେ ବର୍ତ୍ତମାନ ଲିପୁଲେକ୍ ଉପରେ ଚୀନର ନଜର। ଲଦାଖରୁ ଚୀନ ନିଜର ସେନା ହଟାଇ ଦେବା ପୂର୍ବରୁ କହିସାରିଛି। କିନ୍ତୁ, ବର୍ତ୍ତମାନ ଲିପୁଲେକ୍ ନିକଟରେ ଚୀନର ଏକ ହଜାର ସୈନିକ ରହିଥିବା ଖବର ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ ଯେ, ଲିପୁଲେକ୍ ଏକ ଏପରି ସ୍ଥାନ ଯେଉଁଠି ଭାରତ, ନେପାଳ ଓ ଚୀନର ସୀମାର ଯୋଗଦାନ ହୋଇଥାଏ। ସୂଚନା ଅନୁସାରେ, ଏହି ଲିପୁଲେକ୍ ନିକଟରେ ଚୀନ ନିଜର ଏକ ବାଟାଲିୟନ ଅର୍ଥାତ ଏକ ହଜାର ସୈନ୍ୟ ମୁତୟନ କରିଛି। ସେହିପରି ଭାରତ ମଧ୍ୟ ଏକ ହଜାରରୁ ଅଧିକ ସୈନ୍ୟ ସୀମାରେ ମୁତୟନ କରିଛି। ଗତ ତିନି ମାସ ଧରି ଲଦାଖର ଲାଇନ ଅଫ୍ ଆକ୍ଟୁଆଲ କଣ୍ଟୋଲ ନିକଟରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।

୪୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚୀନ୍ ସେନା ଦ୍ୱାରା ଜୁନ୍ ୧୫ ତାରିଖରେ ରେ ଏହି ଆକ୍ରମଣ କରାଯାଇଥିଲା। ଯେଉଁଥିରେ ୨୦ ଜଣ ଭାରତୀୟ ସୈନିକ ନିହତ ହୋଇଥିଲେ ଏବଂ ୪୦ ଜଣ ଚୀନ୍ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପରେ ଉଭୟ ଦେଶର କମାଣ୍ଡର ସ୍ତରରେ ଆଲୋଚନା ହୋଇଥିଲା। ଯେଉଁଥିରେ ଉଭୟ ଦେଶ ସେନା ପ୍ରତ୍ୟାହାର କରିବାକୁ ରାଜି ହୋଇଥିଲେ।

Show More

Related Articles

Back to top button